ନୟାଗଡ ;ତା-୨୯/୦୫(ବିଏମସି ଟିଭି ଓଡ଼ିଆ)
ରାଜ୍ୟ ସରକାର ଙ୍କ ଓଡ଼ିଶା ବିପର୍ଯ୍ୟୟ ପରିଚାଳନା କର୍ତୁପକ୍ଷ ଓ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ନୟାଗଡ ଙ୍କ ସହଯୋଗ କ୍ରମେ ବଜ୍ରାଘାତ ରୁ ସୁରକ୍ଷା ପାଇବା ପାଇଁ ଗୋଷ୍ଠି ସ୍ତରୀୟ ସଚେତନତା ଓ ସତର୍କତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି ।ଏ ନେଇ ଗଣିଆ ପଞ୍ଚାୟତ ସମିତି ଆନୁକୁଲ୍ୟରେ ବୁଧବାର ଦିନ ବଡଶିଲିଙ୍ଗା ପଞ୍ଚାୟତ ର ଗୋଛାବାରି ଓ ଛାମୁଣ୍ଡିଆ ପଞ୍ଚାୟତ ର ଛାମୁଣ୍ଡିଆ ଗାଁ ଗାଁ ବୁଲି ବଜ୍ରପାତ ରୁ ସୁରକ୍ଷା ସଚେତନ କାର୍ଯ୍ୟକ୍ରମ ପାଲା ମଧ୍ୟମରେ ଲୋକଙ୍କୁ ଜନ ସଚେତନତା କରାଯାଉଥିଲା ।

ବଜ୍ରପାତ ସମୟରେ ବୈଦ୍ୟୁତିକ ଯାନ୍ତ୍ରିକ ଭଳି ଜିନିଷ ପ୍ରତି ସତର୍କତା ଅବଲମ୍ବନ କରିବା ଉଚିତ । ଯଦି କେହି ବ୍ୟକ୍ତି ବଜ୍ରାଘାତ ରେ ଆଘାତ ହୁଏ ତାଙ୍କୁ ତୁରନ୍ତ ନିକଟସ୍ଥ ସରକାରୀ ପ୍ରlଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ କରିବା ପାଇଁ ପାଲାମଧ୍ୟାମରେ ବାର୍ତ୍ତା ଜଣାଇଥିଲେ । ସଚେତନତା ଅଭିଯାନ ରେ ସତ୍ୟନାରାୟଣ ପାଲା ଗାୟକ ରିତ ଧଳ ସମେତ ଗୋବର୍ଦ୍ଧନ ବେହେରା, ରବିନ୍ଦ୍ର ସ୍ବାଇଁ, ଦିଲ୍ଲିପ କୁମାର ନାୟକ ଯୋଗ ଦେଇ ପାଲା ମଧ୍ୟମରେ ପରିବେଷଣ କରଯାଇଥିଲା । ଏଥିସହିତ ରାସଂଗ ଗ୍ରାମପଞ୍ଚାୟତ ସ୍ତରିୟ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯିବ ବୋଲି କହିଛନ୍ତି ।

ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।