ପରମାଣପୁରରେ ସାହିତ୍ୟିକ ମଙ୍ଗଳୁ ବିଶ୍ୱାଳ ଜୟନ୍ତୀ ପାଳିତ।

ସମ୍ବଲପୁର :ତା.୦୪/୦୫(ବିଏମସି ଟିଭି ଓଡିଆ)

ସମ୍ବଲପୁର ଜିଲ୍ଲା ମାନେଶ୍ୱର ବ୍ଲକ୍ ଅନ୍ତର୍ଗତ ପରମାଣପୁର ସରକାରୀ ଉଚ୍ଚ ବିଦ୍ୟାଳୟ ସଭାକକ୍ଷରେ ନିର୍‌ମାଏଲ୍‌ ସାହିତ୍ୟ ସଂସଦ ଓ ପରମାଣପୁର ସରକାରୀ ଉଚ୍ଚ ବିଦ୍ୟାଳୟର ମିଳିତ ଆନୁକୁଲ୍ୟରେ ସୁନାମ ଧନ୍ୟ ସାହିତ୍ୟିକ ତଥା ପରମାଣପୁର ସରକାରୀ ଉଚ୍ଚ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ସ୍ବର୍ଗତ ଡଃ ମଙ୍ଗଳୁ ଚରଣ ବିଶ୍ୱାଳଙ୍କ ନବେ ତମ ଜନ୍ମବାର୍ଷିକୀ ପାଳନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବର୍ଷିଆନ୍‌ ଲେଖକ ବିଭୁତି ଭୁଷଣ ନାଥ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବେଳେ ମୁଖ୍ଯ ବକ୍ତା ଭାବରେ ପଦ୍ମଲୋଚନ ନାଥ ଓ ସମ୍ମାନିତ ଅତିଥି ଭାବରେ କୈଲାସ ଚନ୍ଦ୍ର ବାରିକ, ସିଦ୍ଧାର୍ଥ କୁମାର ବିଶ୍ବାଳ, ମାନେଶ୍ୱର ବ୍ଲକ୍ ଉପାଧକ୍ଷ ନରେନ୍ଦ୍ର ମିଶ୍ର ମଞ୍ଚାସିନ ଥିଲେ। ନିର୍‌ମାଏଲ୍‌ ସାହିତ୍ୟ ସଂସଦର ସଭାପତି କବି କାହ୍ନୁଚରଣ ନାଥଙ୍କ ସଭାପତିତ୍ୱରେ କାର୍ଯକ୍ରମ ଆରମ୍ଭ ହୋଇଥିଲା। ପ୍ରଥମେ ସମସ୍ତେ ସ୍ୱର୍ଗତ ବିଶ୍ବାଳଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣକରି ଦୀପ ପ୍ରଜ୍ଜ୍ୱଳନ କରିଥିଲେ।ତା’ପରେ ତାଙ୍କ ସ୍ମୃତି ଚାରଣ କରିଥିଲେ। ତ୍ରିଲୋଚନ ସାହୁ ମଙ୍ଗଳୁ ବିଶ୍ବାଳଙ୍କ ଜୀବନର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ସୁବ୍ରତ ମିଶ୍ର ଓ ସମ୍ବିତ ସାହୁ ଯାନ୍ତ୍ରିକ ସହଯୋଗ କରିଥିଲେ | ଏହି କାର୍ଯ୍ୟକ୍ରମରେ ତାଙ୍କ ନାତି ବିଜନ ବିଶ୍ୱାଳ, ସହକର୍ମୀ, ବହୁ ସଂଖ୍ୟାରେ ପୁରାତନ ଛାତ୍ର ଓ ମଙ୍ଗଳୁ ପ୍ରେମୀ ଯୋଗଦେଇ ଥିଲେ। ଶେଷରେ ସଂପାଦକ ପ୍ରଦ୍ୟୁମ୍ନ ବିଶି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।

Leave a Reply

Your email address will not be published. Required fields are marked *