ଇନପୁଟ ସହାୟତା ରାଶି ବଣ୍ଟନ ଶୁଭାରମ୍ଭ କାର୍ଯ୍ୟକ୍ରମ ର ସିଧା ପ୍ରସାରଣ ଅନୁଷ୍ଠିତ।

ରାଉରକେଲା ;ତା-୦୮/୧୨(ବିଏମସି ଟିଭି ଓଡ଼ିଆ)

ଆଜି ବରଗଡ଼ ଜିଲ୍ଲା ର ସୋହେଲା ଠାରେ ଇନପୁଟ ସହାୟତା ବଣ୍ଟନ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ। ଏହି କାର୍ଯ୍ୟକ୍ରମ ର ଆଭାସି ମାଧ୍ୟମରେ ସିଧା ପ୍ରସାରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ମାଦ୍ରି କାଲୋ ଭବନ ପରିସରରେ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ କୁନ୍ତୀ ପ୍ରଧାନ, ସୁନ୍ଦରଗଡ଼ ପୌର ଅଧ୍ୟକ୍ଷା ଶ୍ରୀମତୀ ତନୟା ମିଶ୍ର, ଜିଲ୍ଲାପାଳ ମନୋଜ ମହାଜନ, ଅତିରିକ୍ତ ଜିଲ୍ଲାପାଳ  ରବି ନାରାୟଣ ସାହୁ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ)  ଅଭିମନ୍ୟୁ ମାଝୀ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ  ସୁରଞ୍ଜନ ସାହୁ, ସଦର ଉପଜିଲ୍ଲାପାଳ  ଦାଶରଥି ସରାବୁ,  ଜିଲ୍ଲା ଯୋଗାଣ ଅଧିକାରୀ ,ଦୁର୍ଗା ଚରଣ ବେଶ୍ର।, ଡି ଆର୍ ସି ଏସ  ଉମା ଶଙ୍କର ଦାସ, ବିଭିନ୍ନ ବିଭାଗୀୟ ଅଧିକାରୀ ଏବଂ ବହୁ ସଂଖ୍ୟା ରେ ଚାଷୀ ଭାଇ ଭଉଣୀ ମାନେ ଯୋଗ ଦେଇଥିଲେ ଏବଂ ସୋହେଲା ଠାରେ ହେଉଥିବା ଏହି ଶୁଭାରମ୍ଭ କାର୍ଯ୍ୟକ୍ରମ କୁ ଆଭାସି ମାଧ୍ୟମରେ ଦେଖିଥିଲେ। କାର୍ଯ୍ୟକ୍ରମ ରେ ଡି ଆର୍ ସି ଏସ  ଉମା ଶଙ୍କର ଦାସ ସ୍ବାଗତ ଅଭିଭାଷଣ ପ୍ରଦାନ କରିବା ସହିତ ଇନପୁଟ ସହାୟତା ରାଶି ଉପରେ ସୂଚନା ଦେଇଥିଲେ।  ଚାଷୀ ମାନଙ୍କୁ ପ୍ରତି କ୍ଵିଣ୍ଟାଲ ପିଛା ୨୩୦୦ ଟଙ୍କା ସର୍ବନିମ୍ନ ସହାୟକ ମୂଲ୍ୟ ଏବଂ ୮୦୦ ଟଙ୍କା ଇନପୁଟ ସହାୟତା ପ୍ରଦାନ କରାଯିବା ନେଇ ସେ ସୂଚନା ଦେଇଥିଲେ।   ଏହି ଅବସର ରେ ଜିଲ୍ଲାପାଳ ମହାଜନ ଏହି ଇନପୁଟ ସହାୟତା ଚାଷୀ ମାନଂକ ର ଉନ୍ନତି ଆଣିବାରେ ଦିଗରେ ବିଶେଷ ସହାୟକ ହେବ ବୋଲି ପ୍ରକାଶ କରିବା ସହିତ ଜିଲ୍ଲା ରେ ଧାନ ସଂଗ୍ରହ ପ୍ରକ୍ରିୟା, ମଣ୍ଡି ପରିଚାଳନା ଆଦି ନିମନ୍ତେ ସରକାର ଏବଂ ପ୍ରଶାସନ ଦ୍ବାରା ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ଏବଂ ସୁବିଧା ସୁଯୋଗ ଆଦି ଗୁଡିକ ଉପରେ ଆଲୋକପାତ କରିଥିଲେ। ଚାଷୀ ମାନେ ଡିଜିଟାଲ ମିଟର ମାଧ୍ୟମରେ ନିଜ ଧାନ ର ଜଳୀୟ ଅଂଶ ଏବଂ ଅନ୍ୟାନ୍ୟ ଆଧୁନିକ ଉପକରଣ ମାଧ୍ୟମରେ ଧାନର ଗୁଣବତ୍ତା ସମ୍ପର୍କରେ ଅବଗତ ହେବା, ମଣ୍ଡି ମାନଙ୍କରେ ଚାଷୀ ମାନଙ୍କ ନିମନ୍ତେ ବିଭିନ୍ନ ପ୍ରକାରର ସୁବିଧା ଆଦି ଉପରେ ଆଲୋଚନା କରିଥିଲେ। ସେହିଭଳି ଚାଷୀମାନଙ୍କର ଚାଷ ସମ୍ବନ୍ଧୀୟ କୌଣସି ସମସ୍ୟା, ଦ୍ୱିଧା ଆଦି ରହିଥିଲେ ବିଭାଗ ତଥା ପ୍ରଶାସନ ସବୁବେଳେ ଚାଷୀ ମାନଂକ ସହଯୋଗ ନିମନ୍ତେ ଉପଲବ୍ଧ ଅଛନ୍ତି ବୋଲି କହିଥିଲେ। ସେହିଭଳି ଚାଷୀମାନେ କିଭଳି ଭାବେ ତାଙ୍କ କ୍ଷେତ ରେ ଭଲ ଉତ୍ପାଦନ କରି ପାରିବେ, କିଭଳି ଭାବେ ଚାଷୀ ଙ୍କ ଉନ୍ନତି ଘଟିବା ସହିତ ତାଙ୍କ ଆର୍ଥିକ ମାନଦଣ୍ଡ ରେ ବିକାଶ ଘଟିବ, ଜିଲ୍ଲା ସହିତ ସମଗ୍ର ରାଜ୍ୟ ରେ କିଭଳି ଭାବେ ଚାଷ ପ୍ରତି ଆଗ୍ରହ ବଢିବ ତାହା ଉପରେ କାର୍ଯ୍ୟକ୍ରମ ରେ ଆଲୋଚନା କରାଯାଇଥିଲା। କାର୍ଯ୍ୟକ୍ରମ ରେ ସ୍ଥାନୀୟ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଂକ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। କାର୍ଯ୍ୟକ୍ରମ ରେ ବିଭିନ୍ନ ବିଭାଗ ଦ୍ଵାରା ବିଭାଗୀୟ ଷ୍ଟଲ ଗୁଡ଼ିକ କରାଯାଇଥିଲା। କାର୍ଯ୍ୟକ୍ରମ ଆରମ୍ଭ ରେ ସମସ୍ତ ଅତିଥି ଏହି ବିଭାଗୀୟ ଷ୍ଟଲ ବୁଲି ଦେଖିଥିଲେ।

ରାଉରକେଲା ରୁ ବସନ୍ତ କୁମାର ଜେନା ଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡିଶା।

Leave a Reply

Your email address will not be published. Required fields are marked *