ସ୍ଥାନୀୟ ନିଯୁକ୍ତି ସଂକଟ: ବେଦାନ୍ତ ଉପରେ ବିଷମକଟକ ବିଧାୟକଙ୍କ ତୀବ୍ର ଆକ୍ରୋଶ।

ରାୟଗଡ଼ା ;ତା-୦୮/୦୨(ବିଏମସି ଟିଭି ଓଡ଼ିଆ)

ବିଷମକଟକ ବିଧାନସଭା ନିର୍ବାଚନ ମଣ୍ଡଳୀ ସମେତ ସମଗ୍ର ରାୟଗଡ଼ା ଜିଲ୍ଲାରେ ସ୍ଥାନୀୟ ନିଯୁକ୍ତି ଅଭାବ ନେଇ ରାଗ ଓ ଅସନ୍ତୋଷ ଦିନକୁ ଦିନ ବଢିବାରେ ଲାଗିଛି। ଏଠାରେ କାର୍ଯ୍ୟକ୍ଷମ ଥିବା ଉଦ୍ୟୋଗ ଓ କାରଖାନା ଗୁଡ଼ିକ ନିଯୁକ୍ତି ସୃଷ୍ଟି କରିବା ଓ ଅର୍ଥନୈତିକ ବୃଦ୍ଧି ନେଇ ଅନେକ ଦାବି କରିଥିଲେ ମଧ୍ୟ, ଇମ୍ଫା ବ୍ୟତୀତ, ବେଦାନ୍ତ, ଜେ.କେ. ପେପର୍ ମିଲ୍, ଏବଂ ଉତ୍କଳ ଆଲୁମିନା ଏମାନେ ସ୍ଥାନୀୟ ଯୁବ ଗୋଷ୍ଠୀଙ୍କୁ ଉପେକ୍ଷା କରିଥିବା ଜଣାପଡିଛି। ବିଧାନସଭାରେ ବିଧାୟକ ନୀଳମାଧବ ହିକକାଙ୍କ ପ୍ରଶ୍ନ ନମ୍ବର ୭୫୧ ରେ ମିଳିଥିବା ଉତ୍ତର ଏହି ଅସନ୍ତୋଷକୁ ଆହୁରି ଉତ୍ତେଜିତ କରିଥିବା ଜଣାପଡିଛି।

ଆଂଶିକ ଲିଖିତ ଉତ୍ତରରେ ମନ୍ତ୍ରୀ ଶ୍ରୀ ଗଣେଶରାମ ସିଂଖୁଣ୍ଟିଆ ପ୍ରକାଶ କରିଛନ୍ତି ଯେ ବେଦାନ୍ତ (ଲଞ୍ଜିଗଡ଼) ଠାରେ ବିଷମକଟକ ନିର୍ବାଚନ ମଣ୍ଡଳୀର ମାତ୍ର ୮୧ ଜଣ ସ୍ଥାୟୀ ଚାକିରି ପାଇଥିବା ବେଳେ, ଜେ.କେ. ପେପର୍ ମିଲ୍ ରେ ୪୪ ଜଣ, ଇମ୍ଫା (ଥେରୁବାଲି) ରେ ସର୍ବାଧିକ ୩୨୭ ଜଣ ବେଳେ ଉତ୍କଳ ଆଲୁମିନା କେହି ଜଣକୁ ମଧ୍ୟ ବିଷମକଟକ ନିର୍ବାଚନ ମଣ୍ଡଳୀ ରୁ ନିଯୁକ୍ତି ଦିଆଯାଇ ନାହଁ ।ଏହି ତଥ୍ୟ ବିଷମକଟକ ନିର୍ବାଚନ ମଣ୍ଡଳୀ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଥିବା ବେଳେ ବିଧାୟକ ନୀଳମାଧବ ହିକକା ଏହି ଉଦ୍ୟୋଗଗୁଡ଼ିକର ନିଯୁକ୍ତି ନୀତିକୁ କଡ଼ା ଭାବରେ ଆଲୋଚନା କରିଛନ୍ତି ।”ବେଦାନ୍ତ ଦଶନ୍ଧି ରୁ ଅଧିକା ସମୟ ଧରି ଲଞ୍ଜିଗଡ଼ରେ କାର୍ଯ୍ୟକ୍ଷମ ଅଛି ଆମ ଅଞ୍ଚଳରୁ ଅନେକ ମାତ୍ରା ରେ ଲାଭ୍ୱାନ୍ୱିତ ମଧ୍ୟ ହୋଇଛି, କିନ୍ତୁ ସ୍ଥାନୀୟ ଯୁବକମାନଙ୍କ ଚାକିରି ପାଇଁ ଏଠି କୋୖଣସି ସୁଯୋଗ ନାହଁ । ଏମିତି ଅବସ୍ଥାରେ ବେଦାନ୍ତ ରାୟଗଡା ରେ ୧ ଲକ୍ଷ କୋଟି ଟଙ୍କାର ନିବେଶ କରିବ ବୋଲି ଯାହା କହୁଛି ତାହା କେବଳ ନିୟମଗିରି ହାସଲ ପାଇଁ ମିଥ୍ୟା ପ୍ରତିଶୃତି ଯାହା ବିଶ୍ୱାସଯୋଗ୍ୟ ନୁହେଁ । ହିକକାଙ୍କ ଏହି ଅଭିଯୋଗ ଆଜି ବିଷମକଟକ, ମୁନିଗୁଡ଼ା ଓ କଳ୍ୟାଣସିଂହପୁରର ହଜାର ହଜାର ବେକାର ଯୁବକ ଯୁବତୀଙ୍କ ମନର ରାଗକୁ ପ୍ରତିଫଳିତ କରିଥିବା ଭଳି ଦେଖାଯାଉଥିବା ବେଳେ ସ୍ଥାନୀୟ ଏକ ମହାବିଦ୍ୟାଳୟର ବାର୍ଷିକ ଉତ୍ସବକୁ ସମ୍ବୋଧିତ କରିବା ଅବସରରେ ବିଧାୟକ କହିଥିଲେ ବେଦାନ୍ତ ଯଦି

ଏଠିକାର ଯୁବକ ଯୁବତୀ ମାନଙ୍କୁ ନିଯୁକ୍ତି ଦେବାକୁ ଚାହେଁ, ତେବେ ସେମାନେ କାହିଁକି ମା ମାର୍କମା କଲେଜ୍ (ବିଷମକଟକ), ମୁନିଗୁଡ଼ା କଲେଜ୍ ଓ ଅନ୍ୟାନ୍ୟ ମହାବିଦ୍ୟାଳୟ ଆଦିର ଛାତ୍ର-ଛାତ୍ରୀ ମାନଙ୍କୁ ନିଯୁକ୍ତି ଶିବିରରେ ଅଂଶୀଦାର କରୁନାହାନ୍ତି? କାହିଁକି ଏଠିକାର ଶିକ୍ଷା ପ୍ରତିଷ୍ଠାନକୁ ଅବହେଳା କରାଯାଉଛି?”ତାଙ୍କ ଏହି ବକ୍ତବ୍ୟ ସ୍ଥାନୀୟ ଯୁବ ଛାତ୍ରଛାତ୍ରୀମାନଙ୍କୁ ବେଶ ଆକୃଷ୍ଟ କରିଥିବା ବେଳେ ସ୍ଥାନୀୟ ନିଯୁକ୍ତି ନେଇ ବେଦାନ୍ତର ଆଭିମୁଖ୍ୟକୁ ସେ କଡା ସମାଲୋଚନା କରିଛନ୍ତି ।ବେଦାନ୍ତ ନିୟାମଗିରିରେ ବକ୍ସାଇଟ୍ ଖଣି ହାତେଇବାକୁ ଚେଷ୍ଟା କରୁଛି କିନ୍ତୁ ସ୍ଥାନୀୟ ନିଯୁକ୍ତିର ଅସନ୍ତୋଷ ନିମନ୍ତେ କୋୖଣସି ପଦକ୍ଷେପ ଗ୍ରହଣ କରୁ ନାହିଁ ଯାହା ଏକ ନୂଆ ବିବାଦ ସୃଷ୍ଟି କରିବ ଏବଂ ଏହି ଉଦ୍ୟୋଗଗୁଡ଼ିକ ଯଦି ନିଯୁକ୍ତି ସୃଷ୍ଟି କରିବାରେ ଅସମର୍ଥ ଥାଏ, ତେବେ ସେ ଏମାନଙ୍କ ବିସ୍ତାରକୁ ଜୋରଦାର ଭାବରେ ବିରୋଧ କରିବେ ବୋଲି ଶ୍ରୀ ହିକକା ପ୍ରକାଶ କରିଛନ୍ତି।ଯଦି ଉଦ୍ୟୋଗ ଓ କାରଖାନା ଗୁଡ଼ିକ ସ୍ଥାନୀୟ ନିଯୁକ୍ତି ଉପରେ ଗୁରୁତ୍ୱ ନ ଦିଅନ୍ତି, ତେବେ ଆଗାମୀ ଦିନ ମାନଙ୍କ ରେ ସେମାନେ ଜନତାଙ୍କ ଭାରି ଅସନ୍ତୋଷର ସାମ୍ନା କରିବାକୁ ପଡ଼ିବବୋଲି ବିଶେଷଜ୍ଞ ପ୍ରକାଶ କରିଛନ୍ତି ।

ବିଷମକଟକ ରୁ ଶିବ ପ୍ରସାଦ ପାଢ଼ୀ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *