ଦେଶୀ ମଦ ଜବତ, ୧ ଗିରଫ।

ନୟାଗଡ ; ତା-୧୧/୦୧(ବିଏମସି ଟିଭି ଓଡ଼ିଆ)

ଦଶପଲ୍ଲା ଅବକାରୀ ବିଭାଗ ପକ୍ଷରୁ ଶନିବାର ଦିନ ଚଢାଉ କରାଯାଇ ଗଣିଆ ଥାନା ଅନ୍ତର୍ଗତ ନୂଆଗାଁ ଗ୍ରାମର ସନାତନ ନାୟକ ଙ୍କ ପୁଅ ପ୍ରଦୀପ ନାୟକ (୪୭)ଙ୍କ ଠାରୁ ୧୫ ଲିଟର ଦେଶୀ ମଦ ଜବତ କରିବା ସହିତ ଗିରଫ କରାଯାଇଛି ।ଏଥି ସହିତ ଦଶପଲ୍ଲା ଥାନା ଅନ୍ତର୍ଗତ ରାଇମଡା ଗ୍ରାମର ଜଙ୍ଗଲ ପାଖରୁ ୧୦୫୦ଲିଟର ଦେଶୀ ମଦ ରନ୍ଧା ସାମଗ୍ରୀ ଜବତ କରିଥିଲେ। ଏହି ଚଢାଉ ସମୟରେ ଦଶପଲ୍ଲା ଅବକାରୀ ଥାନା ଅଧିକାରୀ ଭବାନୀ ଶଙ୍କର ବେହେରାଙ୍କ ସମେତ କନେଷ୍ଟବଳ ପ୍ରଦୀପ୍ତ କୁମାର ନାଏକ, ପ୍ରହଲ୍ଲାଦ ପ୍ରଧାନ ଓ ଲକ୍ଷ୍ମୀ ମହାରଣା ପ୍ରମୁଖ ସାମିଲ ହୋଇଥିଲେ।

ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡିଶା।

Leave a Reply

Your email address will not be published. Required fields are marked *