ଛତ୍ରପୁର; ତା-୨୦/୦୧ ( ବିଏମସି ଟିଭି ଓଡ଼ିଆ )
ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟ ଅଧକ୍ଷ ଡ଼ ଅଜୟ କୁମାର ତ୍ରିପାଠୀ ଙ୍କ ଅନୁରୋଧ ରକ୍ଷାକରି ଭାରତର କ୍ରୀଡା ଜଗତର ପ୍ରତିଭା ଅଲମ୍ପିକ ପଦକ ବିଜେତା ଓ ଅର୍ଜୁନ ପୁରସ୍କାର ପ୍ରାପ୍ତ ଅନ୍ତର୍ଜାତୀୟ ଧାବିକା ଦୂତ୍ତି ଚାନ୍ଦ’ ମାଁ’ରାମଚଣ୍ଡୀ ପୀଠକୁ ମା’ଙ୍କ ଦର୍ଶନ କରିବାକୁ ଆସି ମା’ଙ୍କ ଆଶିଷ ଲାଭ କରିଥିଲେ । ଏହି ଅବସରରେ ତାଙ୍କୁ ମା’ ରାମଚଣ୍ଡୀ ମନ୍ଦିର ଟ୍ରଷ୍ଟ ଓ ପୂଜା କମିଟୀ ତରଫରୁ ଆନୁଷ୍ଠାନିକ ଭାବେ ମାଁ’ରାମଚଣ୍ଡୀଙ୍କ ପଟଚିତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିରେ ଟ୍ରଷ୍ଟି ଲକ୍ଷ୍ମୀନୃସିଂହ ପଣ୍ଡା, ସଂଯୋଜକ କମଲ ପଣ୍ଡା, ସହ-ସଂଯୋଜକ ତୁଷାର ଶତପଥୀ, ପୂଜା କମିଟୀ ଉପଦେଷ୍ଟା ତ୍ରିପତି ବାଲାଜୀ ମିଶ୍ର, ପୂଜା କମିଟୀ ସଭାପତି ଅଜୟ ନାୟକ, ସୁଧୀର ମହାରଣା ପ୍ରମୁଖ ଉପସ୍ଥିତ ଥିଲେ । ସେ ମନ୍ଦିର ପରିସର ବୁଲି ଦେଖିବା ସହ ଟ୍ରଷ୍ଟ ଓ କମିଟି ସଦସ୍ୟ ଙ୍କୁ ଧନ୍ୟବାଦ ଦେଇଥିଲେ ।
