ମଧ୍ୟଖଣ୍ଡ ଫାଣ୍ଡି ଅଧିକାରୀ ଅନ୍ୟତ୍ର ବଦଳି।

ନୟାଗଡ  ; ତା-୨୩/୦୨(ବିଏମସି ଟିଭି ଓଡ଼ିଆ)

ନୟାଗଡ ଜିଲ୍ଲା ଦଶପଲ୍ଲା ବ୍ଲକ ଅନ୍ତର୍ଗତ ମଧ୍ୟଖଣ୍ଡ ଗ୍ରାମର ଫାଣ୍ଡି ଅଧିକାରୀ ଙ୍କ ବଦଳି ହୋଇଛି। ମଧ୍ଯଖଣ୍ଡ ଓ ତାର ଆଖ ପାଖ ଅଂଚଳ ଉତେଜନା ପ୍ରବଣ ସ୍ଥାନ ମଧ୍ୟରେ ଯାଉଥିବା ବେଳେ ଅନେକ ସମୟ ରେ ଅନେକ ସମସ୍ୟା ମଧ୍ୟ ଦେଖାଯାଏ। ତେବେ ଦୁଇ ବର୍ଷ ରୁ ଉର୍ଦ୍ଧ ହେବ ଏହି ଫାଣ୍ଡି ଅଧିକାରୀ ଭାବେ ଧୀରେନ୍ଦ୍ର କୁମାର ପାତ୍ର ଅବସ୍ଥିତ ଥିଲେ।

ଫାଣ୍ଡି ଅଧିକାରୀ ଭାବେ ତାଙ୍କର ଦାୟିତ୍ୱ ଖୁଵ ଭଲ ଭାବେ ନିଭାଇ ଥିଲେ। ମଧ୍ଯଖଣ୍ଡ ଓ ଆଖ ପାଖ ଅଂଚଳ କୁ ନିଜର ଦକ୍ଷତା ପ୍ରତିପାଦିତ କରି ଅଂଚଳ ରେ ଶାନ୍ତି ବଜାୟ ରଖିଥିଲେ। ତେବେ ତାଙ୍କର ଦର୍ପନାରାୟଣପୁର ବଦଳି ହୋଇଥିବା ବେଳେ ଦର୍ପନାରାୟଣପୁର ରେ ପୂର୍ବରୁ ନିଯୁକ୍ତ ଥିବା ବିଶ୍ୱ ଭୂଷଣ ସିଂ ଙ୍କୁ ମଧ୍ଯଖଣ୍ଡ ଫାଣ୍ଡି ଅଧିକାରୀ ଭାବେ ନିଯୁକ୍ତି ମିଳିଛି।


ନୟାଗଡ ଜିଲ୍ଲା ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡିଶା।

Leave a Reply

Your email address will not be published. Required fields are marked *