ମହାପ୍ରଭୁ ଙ୍କ ଚାପ ଖେଳ ଓ ଭଉଁରୀ ଯାତ୍ରା ଅନୁଷ୍ଠିତ।

ନୟାଗଡ ;ତା-୨୦/୦୫(ବିଏମସି ଟିଭି ଓଡ଼ିଆ)

ପ୍ରଭୂ ଶ୍ରୀ ଜଗନ୍ନାଥ ଙ୍କ ଭଉଁରୀ ଯାତ୍ରା ଓ ଚାପ କ୍ରୀଡା ବିଦ୍ଧି ଅନୁଯାଇ ଅନୁଷ୍ଠିତ ହୋଇଯାଇଛି। ମହାପ୍ରଭୁ ଙ୍କ ଚଳନ୍ତି ପ୍ରତିମା ଶ୍ରୀ ମଦନ ମୋହନ ଏହି ଚାପକ୍ରୀଡା ନରେନ୍ଦ୍ର ପୁଷ୍କରିଣୀ ରେ କରିଥାନ୍ତି। ଏ ଅବସରରେ ଦଶପଲ୍ଲା ଏନ ଏ ସି ଅନ୍ତର୍ଗତ ବାବୁବସା ପୋଖରୀ ଠାରେ ଠାକୁର ଙ୍କ ଏହି ଚାପକ୍ରୀଡା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାସହ ତହସିଲଦାର ସ୍ମୃତି ରଞ୍ଜନ ଶତପଥି ଙ୍କ ବାସଭବନ ଠାରେ ତିନି ଠାକୁରଙ୍କ ନିମନ୍ତେ ଭୋଗ ପୂଜା ହୋଇଥିଲା।ସୂଚନା ଯୋଗ୍ୟ ଯେ ପ୍ରଥମେ ଦଶପଲ୍ଲା ରାଜବାଟୀ ନିକଟରେ ଥିବା ଜଗନ୍ନାଥ ମନ୍ଦିରରୁ ଜଗନ୍ନାଥଙ୍କ ପ୍ରତିମା ଓ ରାଧାକାନ୍ତ ଆସିବା ପରେ ନୀଳକଣ୍ଠେଶ୍ୱରଙ୍କୁ ନିମନ୍ତ୍ରଣ କରାଯାଇଥାଏ। ପରେ ତିନି ଠାକୁରଙ୍କୁ ଧରି ସହର ପରିକ୍ରମା କରାଯିବା ପରେ ମହାପ୍ରଭୁଙ୍କ ଚାପ ଖେଳ କାର୍ଯ୍ୟକ୍ରମ କରାଯାଏ।

ନୟାଗଡ ଜିଲ୍ଲା ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।

Leave a Reply

Your email address will not be published. Required fields are marked *