ମହଦା ୟୁଜିୟୁପି ସ୍କୁଲର ବାର୍ଷିକୋତ୍ସବ ଅନୁଷ୍ଠିତ।


ସମ୍ବଲପୁର ;ତା-୦୪/୦୨(ବିଏମସି ଟିଭି ଓଡିଆ)

ବରପାଲି ବ୍ଲକ ମହଦା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବିଦ୍ୟାଳୟର ବାର୍ଷିକୋତ୍ସବ ପାଳିତ ହୋଇଯାଇଛି।  ପ୍ରଧାନ ଶିକ୍ଷକ ସତ୍ୟପ୍ରିୟ ମାହାଣାଙ୍କ ସଭାପତିତ୍ୱରେ କାର୍ଯ୍ଯକ୍ରମ ପରିଚାଳିତ ହୋଇଥିଲା। ଆୟୋଜିତ ସଭା କାର୍ଯ୍ଯକୁ ମୁଖ୍ୟଅତିଥି ଭାବରେ ଗୌନ୍ତିଆ ଅନନ୍ତରାମ ଠାକୁର ଯୋଗଦେଇ ଉତ୍ସବକୁ ଉଦ୍‌ଘାଟନ କରିଥିଲେ।  ସମ୍ମାନିତ ଅତିଥି ଭାବରେ ପରିଚାଳନା କମିଟି ଅଧ୍ୟକ୍ଷ ଅମର ସାହୁ ଯୋଗ ଦେଇଥିବା ବେଳେ ବରପାଲି ମହାବିଦ୍ୟାଳୟ ଓଡ଼ିଆ ଅଧ୍ୟାପକ ଡ଼ଃ ବିଶ୍ଵନାଥ ସାହୁ ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ। ମୂଖ୍ଯବକ୍ତା ଅଧ୍ୟାପକ ସାହୁ ବିଦ୍ୟାର୍ଥୀ ମାନଙ୍କୁ ଜୀବନରେ ଶିକ୍ଷାର ମହତ୍ତ୍ୱ ଓ ଭବିଷ୍ୟତ କର୍ତ୍ତବ୍ୟ ସାଧନ ଉପରେ ଆଲୋକପାତ କରିଥିଲେ । ଅନ୍ୟତମ ଅତିଥି ଭାବରେ ସିଆରସିସି  ଅନୀଳ କୁମାର ଦାଶ, ଶିକ୍ଷାପ୍ରେମୀ କେନାଲୁ ବାରିକ, ଶିକ୍ଷୟତ୍ରୀ ସତ୍ୟଭାମା ବୁଡ଼େକ ଏବଂ ଓଡିଶା ରାଜ୍ୟ କୋଅପେରେଟିଭ ସଙ୍ଘ ଉପ ସଭାପତି ବୀରସେନ ସାହୁ ଯୋଗ ଦେଇଥିଲେ । ଶିକ୍ଷୟତ୍ରୀ ପ୍ରତିମା ସାହୁ ଅତିଥି ପରିଚୟ ଓ ମଞ୍ଚ ପରିଚାଳନା କରିଥିଲେ । ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ମାହାଣା ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ । ଶିକ୍ଷକ ସୁଦର୍ଶନ ସା ପୁରସ୍କାର ବିତରଣରେ ସହଯୋଗ କରିଥିଲେ । ଶେଷରେ କମଳା କାନ୍ତ ସିଂ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ବିଦ୍ୟାଳୟକୁ ଭୂମିଦାନ କରିଥିବା ସ୍ବର୍ଗତ ଦୈତାରି ଠାକୁରଙ୍କ ପ୍ରତିମୂର୍ତ୍ତି ଅତିଥିମାନଙ୍କ ଗହଣରେ ଉନ୍ମୋଚନ କରାଯାଇଥିଲା । ଦ୍ଵିତୀୟ ପର୍ଯ୍ୟାୟରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସୃତିକ କାଯ୍ୟକ୍ରମ କରାଯାଇଥିଲା।



ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।

Leave a Reply

Your email address will not be published. Required fields are marked *