ମାଲକାନଗିରି ୟୁନିୟନ ଅଫ୍ ଜର୍ଣାଲିଷ୍ଟିସ ତରଫରୁ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳନ।

ମାଲକାନଗିରି ; ତା-୦୩/୦୫ ( ବିଏମସି ଟିଭି ଓଡ଼ିଆ )
ମାଲକାନଗିରି ଜିଲ୍ଲା ସଦର ମହକୁମା ସ୍ଥିତ ମାଲକାନଗିରି ୟୁନିୟନ ଅଫ୍ ଜର୍ଣାଲିଷ୍ଟିସ ଅଫିସ ପରିସରରେ, ଆଜି ଆନ୍ତର୍ଜାତୀକ ଶ୍ରମିକ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ସଂଘର ଏକ ସାଧାରଣ କାର୍ଯ୍ୟକାରିଣୀ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଉକ୍ତ ସମାରୋହରେ ମାଲକାନଗିରି ବିଧାୟକ ନରସିଂହ ମାଡ଼କାମି, ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ, ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ, ଆରକ୍ଷୀ ଅଧିକ୍ଷକ ବିନୋଦ ପାଟିଲ,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରମିଳା ମାଝୀ ଏବଂ ଜିଲ୍ଲା କର୍ମନିଯୁକ୍ତି ଅଧିକାରୀ ମନସ୍ବୀ ସେଠୀ ଯୋଗ ଦେଇଥିଲେ ଏବଂ ଆନ୍ତର୍ଜାତୀକ ଶ୍ରମିକ ଦିବସର ମହତ୍ତ୍ଵ ବିଷୟରେ ସେମାନଙ୍କ ଅଭିଭାଷଣ ପ୍ରଦାନ କରିଥିଲେ।

ବିଧାୟକ ଶ୍ରୀ ମାଡ଼କାମି ମାଲକାନଗିରିର ଉନ୍ନତି ପାଇଁ ଏମ ୟୁ ଜେ ର ସମସ୍ତ  କର୍ମରତ ସାମ୍ବାଦିକ ମାନଙ୍କର ଭୂୟସୀ ପ୍ରଶଂସା କରିଥିଲେ ଏବଂ କହିଥିଲେ ଯେ ସେମାନେ କିଭଳି ଭାବରେ ଜିଲ୍ଲାର କୋଣ ଅନୁକୋଣରେ ପହଞ୍ଚି, ସେଠାକାର ଲୋକମାନଙ୍କର ବିଭିନ୍ନ ସମସ୍ୟାଗୁଡ଼ିକୁ ଲୋକଲୋଚନକୁ ଆଣି ସରକାର ଏବଂ ଜିଲ୍ଲା ପ୍ରଶାସନ କୁ ସେଗୁଡ଼ିକର ସମାଧାନ ପାଇଁ ଯେପରି ସାହାଯ୍ୟ କରନ୍ତି,ସେଥିପାଇଁ ସେମାନଙ୍କୁ ଯେତେ ପ୍ରଶଂସା କଲେ ମଧ୍ୟ କମ ବୋଲି କୁହାଯିବ। ଏଥିସହିତ ସେ କାଲିମେଳା ଠାରେ ଏମ ୟୁ ଜେ ଅଫିସ ଭବନ ନିର୍ମାଣ ପାଇଁ ତାଙ୍କ ବିଧାୟକ ପାଣ୍ଠିରୁ ଅନୁଦାନ ଯୋଗାଇ ଦେବେ ବୋଲି ଘୋଷଣା କରିଥିଲେ। ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ କହିଥିଲେ ଯେ ଏମ, ୟୁ, ଜେ, ର ସମସ୍ତ ସାମ୍ବାଦିକ ଭାଇ ମାନେ ଦିନରାତି ୨୪ ଘଣ୍ଟା ଜୀବନକୁ ବାଜି ଲଗାଇ, ମାଓ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନକୁ ଯାଇ ଖବର ସଂଗ୍ରହ କରନ୍ତି ଏବଂ ଜିଲ୍ଲାର ଲୋକମାନଙ୍କର ବିଭିନ୍ନ ସମସ୍ୟାଗୁଡ଼ିକୁ ଲୋକଲୋଚନକୁ ଆଣନ୍ତି, ତେଣୁ ସେ ସବୁବେଳେ କର୍ମରତ ସାମ୍ବାଦିକ ମାନଙ୍କ ସମର୍ଥନରେ ହାତ ବଢ଼ାଇ, ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ କରିବା ସହିତ, ସାମ୍ବାଦିକ ମାନଙ୍କର କର୍ମକ୍ଷେତ୍ରରେ ସୁରକ୍ଷା ଯୋଗାଇବା ଏବଂ ସାମ୍ବାଦିକ ମାନଙ୍କର ପେନସନ ପାଇଁ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିବେ। ଏଥିସହିତ ଚିତ୍ରକୋଣ୍ଡା ଏବଂ ବାଲିମେଳା ଠାରେ ଏମ ୟୁ ଜେ ଅଫିସ ଭବନ ନିର୍ମାଣ ପାଇଁ ତାଙ୍କ ବିଧାୟକ ପାଣ୍ଠିରୁ ଅନୁଦାନ ଯୋଗାଇ ଦେବେ ବୋଲି ମଧ୍ୟ ଘୋଷଣା କରିଥିଲେ ।

ଜିଲ୍ଲାପାଳ ଶ୍ରୀ ପାଟିଲ ଏମ, ୟୁ, ଜେ, ର ସମସ୍ତ ସାମ୍ବାଦିକ ମାନଙ୍କର ଜିଲ୍ଲା ପ୍ରଶାସନ ସହିତ ସମନ୍ୱୟ ରକ୍ଷା କରି ଖବର ପ୍ରସାରଣ କରିବା ବିଷୟକୁ ଜିଲ୍ଲାର ଉନ୍ନୟନ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ ବୋଲି ମତବ୍ୟକ୍ତ କରିଥିଲେ ଏବଂ ଏମ, ୟୁ, ଜେ, ପକ୍ଷରୁ ଆଜିର ଶ୍ରମିକ ଦିବସ ପାଳନ ଗୋଟିଏ ଉତ୍ତମ ପ୍ରୟାସ ବୋଲି କହିଥିଲେ। ଆରକ୍ଷୀ ଅଧିକ୍ଷକ ବିନୋଦ ପାଟିଲ ଏମ, ୟୁ, ଜେ, ର ପ୍ରତ୍ୟେକ ସାମ୍ବାଦିକ ମାନଙ୍କର ସୁରକ୍ଷା ପାଇଁ ସବୁବେଳେ ତାଙ୍କ ପ୍ରୟାସ ଜାରି ରହିବ ବୋଲି କହିଥିଲେ। ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରମିଳା ମାଝୀ ସାମ୍ବାଦିକ ମାନେ କିପରି ଭାବରେ ସ୍ବାସ୍ଥ୍ୟ ବୀମା କାର୍ଡ ପାଇଁ ଆବେଦନ ପାରିବେ ଏବଂ ସାମ୍ବାଦିକ ମାନଙ୍କ ପାଇଁ ସରକାରଙ୍କ ଅନ୍ୟାନ୍ୟ ଯୋଜନାର ଲାଭ କିପରି ପାଇ ପାରିବେ ସେ ବିଷୟରେ ବିସ୍ତାରିତ ଭାବରେ ସୂଚନା ପ୍ରଦାନ କରିଥିଲେ। ଏହାପରେ ଅତିଥିମାନଙ୍କ ଦ୍ଵାରା ଏମ, ୟୁ, ଜେ ର ସମସ୍ତ ସଦସ୍ୟ ମାନଙ୍କୁ ସଦସ୍ୟତା କାର୍ଡ ପ୍ରଦାନ କରାଯାଇଥିଲା।


ଏହି ସଭାରେ ଏମ ୟୁ ଜେ ସଭାପତି ଦେବପ୍ରସାଦ ଦାଶ,ଉପ ସଭାପତି ସତ୍ୟନାରାୟଣ ପଣ୍ଡା,ଯୁଗ୍ମ ସମ୍ପାଦକ ଅସୀମ ବିଶ୍ବାସ, ମାଲକାନଗିରି ବ୍ଲକ ସଂଯୋଜକ ଶିବପ୍ରସାଦ କୀର୍ତ୍ତନୀୟା,ଏ, ଈଶ୍ୱର ରାଓ, ଦୁଃଶାସନ ମହାପାତ୍ର, ଗୋବିନ୍ଦ ମଣ୍ଡଲ, ବିଧାୟକ ପ୍ରତିନିଧି ନୀହାର ରାୟ,ଇଶାକ ଖୋସଲା ଏବଂ ବିଭିନ୍ନ ବ୍ଲକରୁ ଆସିଥିବା ଷାଠିଏ ରୁ ଉର୍ଦ୍ଧ୍ୱ ସାମ୍ବାଦିକ ଉପସ୍ଥିତ ଥିଲେ।

ମାଲକାନଗିରି ରୁ ଜିଲ୍ଲା ପ୍ରତିନିଧି ହିମାଂଶୁ ଶେଖର ସ୍ୱାଇଁ ଙ୍କ ସହିତ  ଦିଲ୍ଲୀପ କୁମାର ଦାସ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡିଶା।

Leave a Reply

Your email address will not be published. Required fields are marked *