କୋରାପୁଟ ;ତା-୦୯/୦୪(ବିଏମସି ଟିଭି ଓଡ଼ିଆ)
ବୌପାରୀଗୁଡା ସ୍ଥିତ ଭିଆଇପି କଲୋନୀ ର ଉମାଶଙ୍କର ନାୟକ ବୟସ (35) ସେହି ଅଞ୍ଚଳର ଏକ ସ୍ଵଛସେବୀ ଅନୁଷ୍ଠାନ ରେ କାଯ୍ୟକରୁଥିବା ଜଣେ ଯୁବତୀ ଙ୍କୁ ପ୍ରେମ କରୁଥିଲେ । ଉଭୟଙ୍କର ଭିତରେ ସଂପର୍କ ଗଭୀର ହେଉଥିବା ବେଳେ ଏହାର ସୁଯୋଗ ନେଇ ଉମାଶଙ୍କର ତାଙ୍କର କିଛି ଦୁର୍ବଳ ମୁହୁର୍ତ ର ଫୋଟ ଉଠାଇଥିଲେ । ଯାହାକି ପରବର୍ତୀ ସମୟରେ ଉଭୟଙ୍କର ଭିତରେ ମନମାଳିନ୍ୟ ହୋଇ କଥାବାର୍ତ୍ତା ବନ୍ଦ ହୋଇଯାଇ ଥିଲା। ଏପରିକି ଯୁବତୀ ଜଣକ ଉମାଶଙ୍କରଙ୍କର ମୋବାଇଲ ନମ୍ବର ବି ଲକ ପକାଇଦେଇଥିଲେ। ପ୍ରତିଶୋଧ ପରାୟଣ ହୋଇ ଯୁବକ ଜଣକ ଯୁବତୀଙ୍କର ଫେକ ଆଇଡି କରି ଅଶ୍ଳୀଳ ଫୋଟ ଛାଡିଦେଇଥିବାର ଯୁବତୀ ଜଣକ କୋରାପୁଟ ସାଇବର ଥାନାରେ ଅଭିଯୋଗ କରିବା ପରେ ଥାନା ଅଧିକାରୀ ଭବାନୀ ପ୍ରଧାନ ଜିଲ୍ଲା ଏସପିଙ୍କର ନିର୍ଦେଶ କ୍ରମେ ଯୁବକ ଙ୍କୁ ନିଜ ଘରୁ ଗିରିଫ କରି କୋର୍ଟ ଚାଲାଣ କରିଥିବା ବେଳେ ଯୁବକ ବି ଯୁବତୀ ଙ୍କ ଉପରେ ଅଭିଯୋଗ କରୁଛନ୍ତି ଯେ ସେ ଅନ୍ୟଯୁବକ ଙ୍କ ସହ ପ୍ରେମ ସଂପର୍କ ସ୍ଥାପନ କରି ତାଙ୍କୁ ପ୍ରତାରିତ କରିବା ଯୋଗୁଁ ସେ ପ୍ରତିଶୋଧ ନେଲେ ।ଏ ଘଟଣା ଜିଲ୍ଲା ରେ ଚର୍ଚ୍ଚା ବିଷୟ ପାଲଟିଛି ।
କୋରାପୁଟ ରୁ ଜିଲ୍ଲା ପ୍ରତିନିଧି ଦେବାଶ୍ରିତ ପଟନାୟକ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।