ନୟାଗଡ ; ତା-୧୦/୦୨(ବିଏମସି ଟିଭି ଓଡ଼ିଆ)
ନମ୍ବର ଜାତୀୟ ରାଜପଥ ଦେଇ ଗଞ୍ଜେଇ ଚାଲାଣ ନିତିଦିନିଆ ଘଟଣାରେ ପରିଣତ ହୋଇଥିବା ବେଳେ ଦଶପଲ୍ଲା ପୁଲିସ୍ ର ତୀକ୍ଷ୍ଣ ନଜର ଏବେ ଗଞ୍ଜେଇ ଚୋରା ଚାଲାଣକାରୀଙ୍କ ଉପରେ ଆବଦ୍ଧ ରହିଛି। ଏହି କ୍ରମରେ ସନିବାର ଦିନ ଦଶପଲ୍ଲା ପୋଲିସ ମେଡିକାଲସ୍ତିତ ବସ ଷ୍ଟାଣ୍ଡ ନିକଟରୁ ୭ କେଜି ଗଞ୍ଜେଇ ଜବତ କରାଯିବା ସହ ଘଟଣାରେ ଜଣଙ୍କୁ ଗିରଫ କରାଯାଇଥିବା ବିଭାଗୀୟ ସୂତ୍ରରୁ ଜଣାପଡିଛି | ଗିରଫ୍ ବ୍ୟକ୍ତି ଜଣକ କନ୍ଧମାଳ ଜିଲ୍ଲାର ବାଲିଗୁଡା ଥାନା ଅନ୍ତର୍ଗତ ଜଗନ୍ନାଥପ୍ରସାଦ ଗ୍ରାମର ବେଦଦା ମଲ୍ଲିକ ଙ୍କ ପୁଅ ସୁଦାମ ମଲ୍ଲିକ (୨୮) ବୋଲି ଥାନା ଅଧିକାରୀ ଅନିତା ସାହୁ ପ୍ରକାଶ କରିଛନ୍ତି। ଶନିବାର ସନ୍ଧ୍ୟା ସମୟରେ ସୁଦାମ ଗଞ୍ଜେଇ ବସ୍ତା ଧରି ଦଶପଲ୍ଲା ବସ ଷ୍ଟାଣ୍ଡରେ ବସକୁ ଅପେକ୍ଷା କରିଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ପୁଲିସ୍ ଚଢାଉ କରିଥିଲେ। ଚଢାଉରେ ସବ ଇନ୍ସପେକେଟର ରମେଶ କୁମାର ଜେନାଙ୍କ ସମେତ କର୍ମଚାରୀ ସାମିଲ୍ ହୋଇଥିଲେ।
ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡିଶା।