ସାମୁହିକ ଔଷଧ ସେବନ ଓ ଜାତୀୟ କୃମିନାଶକ ଦିବସ ଉଦଘାଟନ।

ନୟାଗଡ ; ତା-୧୦/୦୨(ବିଏମସି ଟିଭି ଓଡ଼ିଆ)

ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଖମାରସାହି ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ମଧ୍ୟଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ର ତରଫରୁ ସାମୁହିକ ଔଷଧ ସେବନ ଓ ଜାତୀୟ କୃମିନାଶକ ଦିବସ ର ଉଦଘାଟନ ହୋଇଯାଇଅଛି । ଏହି ଉଦଘାଟନୀ ଦିବସର ମଞ୍ଚକୁ ପରିଚାଳନା କରୁଥିଲେ ଅବସର ପ୍ରାପ୍ତ କ୍ରୀଡ଼ା ଶିକ୍ଷକ ତ୍ରିନାଥ ସାହୁ। ମଧ୍ୟାଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡକ୍ଟର ସନ୍ଦିପ କୁମାର ସ୍ବାଇଁ ଅତିଥି ପରିଚୟ କରୁଥିବା ବେଳେ ମୁଖ୍ୟ ଅତିଥି ଭାବେ ଏଡିଏମ୍ ରୋଜିନା ଦାଶ, ସିଡିଏମଓ ଡକ୍ଟର ସୁଶାନ୍ତ କୁମାର ଦାଶ, ଏଡିପିଏଚଓ ଡକ୍ଟର ଶରତ କୁମାର ଦାଶ, ଡକ୍ଟର ସୁବାଷ ନାୟକ, ଡକ୍ଟର ତାରକା ପ୍ରସନ୍ନ ତ୍ରିପାଠୀ, ବି ଇ ଓ ଭକ୍ତ ଵିନୋଦ ସଲ ଙ୍କ ସହିତ ସ୍କୁଲ ର ପ୍ରଧାନ ଶିକ୍ଷୟତ୍ରୀ କୁମୁଦିନୀ ଦଳେଇ ଉପସ୍ଥିତ ଥିଲେ । ସୂଚନା ଅନୁସାରେ ଫେବ୍ରୁଆରି ୧୦ ରୁ ଓଡ଼ିଶାର ସମସ୍ତ ଶିଶୁ ଏବଂ ମହିଳାଙ୍କୁ କୃମିନାଶକ ଔଷଧ ଦେବା ପାଇଁ ଏକ ଅଭିଯାନ ଆରମ୍ଭ କରାଯାଇଛି।ଉକ୍ତଦିନ ୧ରୁ ୧୯ ବର୍ଷ ବୟସର ବାଳକାବାଳିକା ଓ ୨୦ରୁ ୨୪ ବର୍ଷର ପ୍ରଜନନକ୍ଷମ ମହିଳାଙ୍କୁ ମିଶାଇ ମୋଟ ଦେଢ଼କୋଟିରୁ ଊର୍ଦ୍ଧ୍ୱ ଲୋକଙ୍କୁ କୃମିନାଶକ ଔଷଧ ଦିଆଯିବାର ଲକ୍ଷ୍ୟ ରଖାଯାଇଛି। ନିକଟସ୍ଥ ବିଦ୍ୟାଳୟ ଏବଂ ଅଙ୍ଗଓ୍ବାଡି କେନ୍ଦ୍ରରେ ଶିକ୍ଷକ, ଅଙ୍ଗନଓ୍ବାଡି କର୍ମୀ ଓ ଆଶାକର୍ମୀଙ୍କଠାରୁ ଔଷଧ ଖାଇବା ପାଇଁ କୁହାଯାଇଛି। ସର୍ବଶେଷରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଧନ୍ୟବାଦ୍ ପ୍ରଦାନ କରିଥିଲେ। ଏହାପରେ ସାଂସ୍କୃତିକ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା।

ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନିୟୁଜ  ଓଡ଼ିଶା।

Leave a Reply

Your email address will not be published. Required fields are marked *