ସମ୍ବଲପୁରରେ ମେଗା ବୃକ୍ଷ ରୋପଣ,ପଙ୍କଜିନୀ ନାୟକ ପାଇଲେ ପ୍ରକୃତି ବନ୍ଧୁ ପୁରସ୍କାର।

ସମ୍ବଲପୁର: ୨୮/୬ (ବିଏମସି ଟିଭି ଓଡିଆ)

କୁଚିଣ୍ଡା ବ୍ଲକ ଅର୍ନ୍ତଗତ କୁଟୁରାଚୁଆଁ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ଶ୍ରୀମତୀ ପଙ୍କଜିନୀ ନାୟକ ଚଳିତ ବର୍ଷର ପ୍ରକୃତି ବନ୍ଧୁ ପୁରସ୍କାର ଲାଭ କରିଛନ୍ତି। ଆଜି ସକାଳେ ସମ୍ବଲପୁର ସହର ଉପକଣ୍ଠର ପୋତ୍ତାପାଲି ନିକଟସ୍ଥ ଜଙ୍ଗଲ ପରିସରରେ ଅନୁଷ୍ଠିତ ଏକ ମେଗା ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅବସରରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପଧାନ ଶ୍ରୀମତୀ ନାୟକଙ୍କୁ ଏକ ମାନପତ୍ର ଓ ଦଶହଜାର ଟଙ୍କାର ଚେକ୍ ଅର୍ଥରାଶି ଦେଇ ସମ୍ମାନିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା, ଓଡ଼ିଆ ଭାଷା ଓ ସଂସ୍କୃତି ବିଭାଗର ମାନ୍ୟବର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଓ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ପୁରସ୍କାର ପ୍ରଦାନ କରିବାରେ ସହଯୋଗ କରିଥାଏ । ଅତିଥିମାନେ ତାଙ୍କ ଭାଷଣରେ ସମ୍ବଲପୁର ମହାନଗର ନିଗମ ସମେତ ସମଗ୍ର ଜିଲ୍ଲାରେ ଚଳିତ ବର୍ଷ ଏକ ଲକ୍ଷ ଚାରା ରୋପଣ କରି ସେସବୁକୁ ବଞ୍ଚାଯିବା ସହ ସବୁଜ ସୁନ୍ଦର ସମ୍ବଲପୁର କରାଯିବାକୁ ଆହ୍ବାନ ଦେଇଥିଲେ । ସମ୍ବଲପୁର ଜିଲ୍ଲାରେ ଚଳିତ ବର୍ଷ ମାତ୍ର ଦୁଇଜଣ ମହିଳା ପ୍ରକୃତିବନ୍ଧୁ ପୁରସ୍କାର ପାଇଛନ୍ତି। ଅନ୍ୟ ମହିଳା ଜଣକ ଜେମା ମେହେର ହୋଇଥିବା ବେଳେ ପଙ୍କଜିନୀ ନାୟକ କୁଚିଣ୍ଡା ଉପଖଣ୍ଡରୁ ଏକମାତ୍ର ମହିଳା ଭାବେ ପୁରସ୍କୃତ ହୋଇଛନ୍ତି। ଏହି କାର୍ଯ୍ୟକ୍ରମ ଅବସରରେ ଦଶ ହଜାର ଚାରା ରୋପଣ ହୋଇଥିବା ବେଳେ କୁଚିଣ୍ଡାର ପରିବେଶବିତ୍ ସୁବାସ ଚନ୍ଦ୍ର ନାୟକ ତାଙ୍କ ଭାଷଣରେ ‘ମା’ ପାଇଁ ଚାରାଟିଏ’ ରୋପଣ ପାଇଁ ସମସ୍ତଙ୍କୁ ଆହ୍ବାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଡିଏଫ୍‌ଓ କୁଲୁଙ୍ଗେ ଗୌରବ ଓମେନ୍ ସଭାପତିତ୍ବ କରିଥିବା ବେଳେ ଶେଷରେ ଏସିଏଫ୍ ରାଜଶ୍ରୀ ତିର୍କି ଧନ୍ୟବାଦ ଅର୍ପଣ କରିଥିଲେ ।

ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।

Leave a Reply

Your email address will not be published. Required fields are marked *