କୋରାପୁଟ ;ତା-୧୮/୦୫(ବିଏମସି ଟିଭି ଓଡ଼ିଆ)
ଦୁଇ ଦିନିଆ କୋରାପୁଟ ଗସ୍ତ ରେ ଆସିଛନ୍ତି ରାଜ୍ଯ ବିଧାନ ସଭା ଗୃହ କମିଟି ସଦସ୍ୟା ଏହି କମିଟି ବିଧାୟିକା ସିମାରାଣି ନାୟକ ଙ୍କ ନେତୃତ୍ୱ ରେ ଆସିଥିବା ବେଳେ ଟିମ୍ ରେ ଅଛନ୍ତି ଆଠ ବିଧାୟିକା। ସେମାନଙ୍କ ମଧ୍ୟ ରେ ବିଧାୟିକା ପ୍ରମିଳା ମଲ୍ଲିକ ,ବିଧାୟିକା ସୋଫିଆ ଫିର୍ଡୋସ,ବିଧାୟିକା ବର୍ଷା ସିଂ ବରିହା ,ବିଧାୟିକା ସୁଭାଷିନୀ ଜେନା ଙ୍କ ସହ ସୁଜାତା ସାହୁ ସଂଜଳି ମୁର୍ମୁ ଉପାସନା ମହାପାତ୍ର ବିଧାୟିକା ଓ ମୋନରମା ମହାନ୍ତି ଏଇ ଟିମ୍ ଦୁଇ ଦିନ ଧରି କୋରାପୁଟ ଜିଲ୍ଲାର ବିଭିନ୍ନ ଅଞ୍ଚଳ ଗସ୍ତ କରିବେ। ସେମାନେ ମାଣ୍ଡିଆ ପ୍ରକ୍ରିୟା କରଣ ୟୁନିଟ୍ ଅଙ୍ଗନବାଡ଼ି କେନ୍ଦ୍ର କଫି ନର୍ସରୀ ସ୍ଵୟଙ୍ଗ ସହାୟକ ଗୋଷ୍ଟୀ କେନ୍ଦ୍ର ବୁଲିବା ସହ ସେମାନଙ୍କ ସହ ଆଲୋଚନା କରିବେ। ଓ ଜିଲା ପ୍ରଶାସନ ସହ ସମସ୍ତ ବିଭାଗ କୁ ନେଇ ଏକ ସମୀକ୍ଷା ବୈଠକ କରିବାର ବି ଜଣାପଡିଛି ।ନିଜର ସମୀକ୍ଷା ରିପୋର୍ଟ କୁ ନେଇ ରାଜ୍ଯ ସରକାର ଙ୍କୁ ପ୍ରଦାନ କରିବେ ବୋଲି ଜଣାପଡିଛି ।ତାଙ୍କର ଏହି ଗସ୍ତ କୁ ନେଇ ଜିଲ୍ଲା ପ୍ରଶାସନ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ଥିବା ବେଳେ ପ୍ରଶାସନିକ ଅଧିକାରୀ ବି ତତ୍ପର ହୋଇ ଉଠିଛନ୍ତି ।ବିଶେଷ କରି ମହିଳା ଓ ଶିଶୁ ବିକାଶ ର କାଯ୍ୟ ଉପରେ କମିଟି ଗୁରୁତ୍ବଦେବା ଏହି କମିଟି ର ଲକ୍ଷ ବୋଲି ଜଣାପଡିଛି ।
କୋରାପୁଟ ରୁ ଦେବାଶ୍ରିତ୍ ପଟନାୟକ ଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।