ନୟାଗଡ଼ ;ତା-୩୧/୦୩(ବିଏମସି ଟିଭି ଓଡ଼ିଆ)
ବହୁ ପ୍ରାଚୀନ ମଧ୍ଯଖଣ୍ଡ ନୋଡାଲ ହାଇସ୍କୁଲ ଆନୁକୂଲ୍ୟରେ ଆୟୋଜିତ ବାର୍ଷିକ ଉତ୍ସବ ରବିବାର ଦିନ ସମସ୍ତ କାର୍ଯ୍ୟକ୍ରମ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ରାମକୃଷ୍ଣ ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ ଯୋଗ ଦେଇ ଅନୁଷ୍ଠାନିକ ଭାବେ ସଭାକୁ ଉଦଘାଟନ କରିଥିବା ବେଳେ ବିଶିଷ୍ଟ

ଅତିଥି ଭାବେ ନୟାଗଡ ବିଧାୟକ ତଥା ସ୍କୁଲ ର ପୁରାତନ ଛାତ୍ର ଡ.ଅରୁଣ କୁମାର ସାହୁ, ସମ୍ମାନିତ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ମଧ୍ୟଖଣ୍ଡ ଗ୍ରାମ ପଞ୍ଚାୟତ ସରପଞ୍ଚ ସସ୍ମିତା ପ୍ରଧାନ,ମୋ ସ୍କୁଲ ଆଲୁମିନି ର ସମ୍ପାଦକ ଦୁଃଖିଶ୍ୟାମ ଦାଶ,ମୋ ସ୍କୁଲ ଆଲୁମିନି ର ପରାମର୍ଶ ଦାତା ମାଧବ ଚନ୍ଦ୍ର ମିଶ୍ର ପ୍ରମୁଖ

ଉପସ୍ଥିତ ଥିଲେ। ଏହି ମଞ୍ଚ କୁ ଲଷ୍ମୀଧର ମହାରଣା ପରିଚାଳନା କରିବା ସହିତ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ଅତିଥି ମାନଙ୍କୁ ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ଦେଇ ଅତିଥି ମାନଙ୍କୁ ସ୍ୱାଗତ କରାଯାଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମ, ପୁରସ୍କାର ବିତରଣ ସହିତ ବିଭିନ୍ନ ବହୁବିଧ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥିଲା ।

ବାର୍ଷିକ ଉତ୍ସବ ପାଳନ ଅବସରରେ ସମସ୍ତ ପ୍ରକାର ବନ୍ଦୋବସ୍ତ ସ୍କୁଲ ର ପ୍ରଧାନ ଶିକ୍ଷକ ଙ୍କ ଦ୍ୱାରା ଛାତ୍ର ଛାତ୍ରୀ ମାନଙ୍କ ନିମନ୍ତେ କରାଯାଇଥିଲା। ଏହି ଉତ୍ସବକୁ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ,ଛାତ୍ର ଛାତ୍ରୀ ସହଯୋଗ କରିଥିଲେ।

ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।