ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର ମନ୍ତ୍ରୀ ଡକ୍ତର. ମୁକେଶ ମହାଳିଙ୍ଗ ବିଷମକଟକ ଦେଇ ରାୟଗଡା ଗସ୍ତରେ ।

ରାୟଗଡା ; ତା-୨୫/୦୧(ବିଏମସି ଟିଭି ଓଡ଼ିଆ)

ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ଡକ୍ତର. ମୁକେଶ ମହାଳିଙ୍ଗ ବିଷମ କଟକ ଦେଇ ରାୟଗଡା ଗସ୍ତ ବେଳେ ବିଷମକଟକ ରାଜସ୍ବ  ବଙ୍ଗଳା ଠାରେ ବିଷମକଟକର ସମସ୍ତ ବିଜେପି କାର୍ଯ୍ୟକର୍ତା ଓ ବିଧାୟକ ନୀଳମାଧଵ ହିକକା ଙ୍କୁ ସାକ୍ଷାତ କରିବା ପରେ ରାୟଗଡା ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ କାର୍ଯ୍ୟକ୍ରମ ରେ ଶ୍ରୀ ମନ୍ତ୍ରୀ ଗସ୍ତ କରିଥିଲେ ।

ଏହି ଅବସରରେ ବିଷମକଟକ ର ସମସ୍ତ ବିଜେପି କାର୍ଯ୍ୟକର୍ତା ଙ୍କୁ ଭେଟିବା ପରେ ଏ ଅଂଚଳ ରେ ସ୍ୱାସ୍ଥ୍ୟର ବ୍ୟବସ୍ତା ଡାକ୍ତର ଙ୍କ ଅଭାବ ଉପରେ ଓ ଅନ୍ୟାନ୍ୟ ଦିଗରେ ସରକାରୀ ଯୋଜନା ଲୋକଙ୍କ ପାଖରେ ପହଁଚୁଛି ବା ନ ପହଁଚୁଛି ଏ ସବୁ ଜାଣିବା ଆବଶ୍ୟକତା ରହିଛି ଏବଂ ସବୁ ଯୋଜନା ଲୋକଙ୍କ ପାଖରେ କେମିତି ପହଞ୍ଚିବ ଲୋକଙ୍କର ବିକାଶ ରେ ସାଧାରଣ ଜନତା ଙ୍କ ବିକାଶ ରେ ଗୋଟେ ବିକଶିତ ଓଡିଶା ବିକଶିତ ରାଷ୍ଟ୍ର ହୋଇପାରିବ ଏଥି ପାଇଁ ସମସ୍ତ ବିଜେପି କାର୍ଯକର୍ତ୍ତା ମିଶି ସରକାରୀ ଯୋଜନା ର ଠିକ କ୍ରିୟା ନୟନ ହେବା ପାଇଁ କାର୍ଯ୍ୟ ଆବଶ୍ୟକତା ରହିଛି ବୋଲି ଶ୍ରୀ ମନ୍ତ୍ରୀ କହିଥିଲେ ।

ଗସ୍ତ ସମୟରେ ବିଷମକଟକ ଠାରେ ରାୟଗଡା ଜିଲ୍ଲା ବିଜେପି ସଭାପତି ଶ୍ରୀ ଶିବ ପଟନାୟକ, କାଳିରାମ ମାଝୀ, ହଳଧର ମିଶ୍ର,ପ୍ରମୁଖ ବିଷମକଟକ ନିର୍ବାଚନ ମଣ୍ଡଳୀର ବିଜେପି କାର୍ଯ୍ୟକର୍ତା ଶିବପ୍ରସାଦପାଢ଼ୀ, ବିଦ୍ୟାଧରପ୍ରଧାନୀ, ବାଦଲ କୁମାର ରଣା,ମୀନକେତନ ହିକକା,ସୁଦର୍ଶନ କୁସୁଲିଆ, ରହିତ ଦଣ୍ଡସେନା ଙ୍କ ସମେତ ଶ୍ରୀ ମନ୍ତ୍ରୀ ଙ୍କୁ ସମସ୍ତେ ଭେଟି ପୁଷ୍ପ ମାଲ୍ୟ ସ୍ୱାଗତ ଜଣାଇଥିଲେ। ଶ୍ରୀ ମନ୍ତ୍ରୀ ରାୟଗଡା ଜିଲ୍ଲା ସ୍ତରୀୟ ସାଧାରଣ ତନ୍ତ୍ର ଦିବସ କାର୍ଯ୍ୟକ୍ରମରେ ଗସ୍ତ କରିଥିଲେ ।


ବିଷମକଟକ ରୁ ଶିବ ପ୍ରସାଦ ପାଢ଼ୀ ଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡିଶା।

Leave a Reply

Your email address will not be published. Required fields are marked *