ରାଉରକେଲାସ୍ଥିତ ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର ଓ କବିତା ପାଠୋତ୍ସବ ।

ରାଉରକେଲା ; ତା-୩୦/୧୨ (ବିଏମସି ଟିଭି ଓଡ଼ିଆ)
ରାଉରକେଲା ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର ଓ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ପାଠାଗାର ପରିସରରେ ଅନୁଷ୍ଠିତ ହୋଇଯାଇଛି। ପାଠାଗାର ର ସଭାପତି ଡ଼ଃ ଶକ୍ତିପ୍ରସାଦ ସାମନ୍ତରାୟଙ୍କ ଅଧ୍ୟକ୍ଷତା, ସାଂସ୍କୃତିକ ସମ୍ପାଦିକା ସୁଭାଷିନୀ ସାହୁ ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାକ୍ତନ ପ୍ରଶାସକ ମହେନ୍ଦ୍ର କୁମାର ପଟ୍ଟନାୟକ ମୁଖ୍ୟଅତିଥି ଓ ଅଧ୍ୟାପକ କରୁଣାକର ପାଟ୍ଟଶାଣୀ ମୁଖ୍ୟବକ୍ତା ଭାବେ ଯୋଗଦେଇ ଆଲୋଚ୍ୟ ବିଷୟ ଆଧୁନିକ କବିତାର ଦୃଷ୍ଟି ଓ ଦର୍ଶନ ସମ୍ପର୍କରେ ଆଲୋଚନା କରିଥିଲେ।



ଏହି ଅବସରରେ ମୁଖ୍ୟଅତିଥି ଶ୍ରୀ ପଟ୍ଟନାୟକ ତାଙ୍କ ବକ୍ତବ୍ୟରେ କହିଲେ ଯେ ସାହିତ୍ୟ ମନୋରଞ୍ଜନ ସହ ମନକୁ ଜାଗରଣ କରାଇଥାଏ। ସେହିପରି ଆଧୁନିକ କବିତା ନିଜର ଦୃଷ୍ଟି ଓ ଦର୍ଶନରେ ସମୟକୁ ସାଉଁଟି ଧରି ପାରିଛି। ମୁଖ୍ୟବକ୍ତା ଅଧ୍ୟାପକ ଶ୍ରୀ ପାଟ୍ଟଶାଣୀ ଆଲୋଚ୍ୟ ପ୍ରସଙ୍ଗରେ ମତ ରଖି କହିଲେ ଯେ ଆଧୁନିକ ହେଉଛି ଏକ ମାନସିକତା। ଯାହା ବର୍ତ୍ତମାନ ସହ ସମ୍ପର୍କୀକୃତ। ତେଣୁ ଏହି ଦୃଷ୍ଟିରୁ ସାରଳା ଦାସ, ପଞ୍ଚସଖା, ଉପେନ୍ଦ୍ର ଭଞ୍ଜ ପ୍ରମୁଖ ନିଜ ନିଜ ସମୟରେ ଆଧୁନିକ । ଓଡ଼ିଆ ସାହିତ୍ୟରେ ଆଧୁନିକତା ଯଦିଓ ରାଧାନାଥ ତଥା ଫକୀରମୋହନ ଆଣି ପାରିଥିଲେ ତେବେ ବି ଆଧୁନିକ ଯୁଗର ପ୍ରକୃତ ବାର୍ତ୍ତାବହ ଭାବେ ସଚ୍ଚିଦାନନ୍ଦ ରାଉତରାୟଙ୍କୁ ଧରି ନିଆଯିବ। ଏହି ଅବସରରେ ପୀତବାସ ପ୍ରଧାନ ଅବକ୍ଷୟ ଶୀର୍ଷକ ଗଳ୍ପ ପାଠ କରିଥିଲେ ଓ ରାଜକୁମାର ମହାନ୍ତି ଏହାକୁ ସମୀକ୍ଷା କରିଥିଲେ।



ସେହିପରି କବିତା ପାଠୋତ୍ସବ କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ତଥା କବି କୁଞ୍ଜବିହାରୀ ରାଉତ ଓ ଗୈାତମ ଦାସ ଙ୍କ ସଂଯୋଜନାରେ ଧରିତ୍ରୀ ପାଇକରାୟ, ବିଜୟଲକ୍ଷ୍ମୀ ପଟ୍ଟନାୟକ, ସଂଯୁକ୍ତା ଦାଶ, ଉପେନ୍ଦ୍ର ବସ୍ତିଆ, ସାଗର ମହାନ୍ତି,ସୁଶାନ୍ତ ନାୟକ,ସୁମିତା ସ୍ବାଇଁ, ତ୍ରିନାଥ ସିଂହ, ଗଦାଧର ରଥ, ଅଜୟ କୁମାର ମହାନ୍ତି, ହିମାଂଶୁ ସାହୁ, ମୀନକେତନ ପଶାୟତ, ନିକୁଞ୍ଜ ବିହାରୀ ଦାଶ, ଜ୍ଞାନରଞ୍ଜନ ମିଶ୍ର, କରୁଣାକର ପାଟ୍ଟଶାଣୀ,ସୁବାସିନୀ ସାହୁ,କୁଞ୍ଜବିହାରୀ ରାଉତ ଓ ଗୈାତମ ଦାସ ପ୍ରମୁଖ ସ୍ବରଚିତ କବିତା ପାଠ କରିଥିଲେ। ଶେଷରେ ବିଭୁଦତ୍ତ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଚିନ୍ମୟୀ ପୁରୋହିତ, ଲୁସି ବେହେରା, ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟ, ନିରୁପମା ଚାନ୍ଦ, ରବିନ୍ଦ୍ର ଠାକୁର, ରାଜଶ୍ରୀ ନାୟକ,କମଳ ଆଚାର୍ଯ୍ୟ, ପ୍ରିୟା ପାତ୍ର, ରଞ୍ଜନ ପଟ୍ଟନାୟକ, ଶ୍ରୀକାନ୍ତ ପାଣିଗ୍ରାହୀ, ରାମଚନ୍ଦ୍ର ପାଢ଼ୀ, ରାଧାମୋହନ ନାୟକ, ଅରବିନ୍ଦ ପାତ୍ର, କୁଳମଣି ଦାସ,ଅନିଲ କୁମାର ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

ରାଉରକେଲା ରୁ ବସନ୍ତ କୁମାର ଜେନାଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡିଶା  ।

Leave a Reply

Your email address will not be published. Required fields are marked *