ଦଶପଲ୍ଲା ;ତା-୦୬/୦୭(ବିଏମସି ଟିଭି ଓଡ଼ିଆ)
ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍ ଟାକରା ଗ୍ରାମପଞ୍ଚାୟତ ଅନ୍ତର୍ଗତ ବୁଗୁଡା କଲୋନୀ ଗ୍ରାମରେ ରବିବାର ଦିନ ଘଟିଛି ଏକ ଅଭାବନୀୟ ହତ୍ୟାକାଣ୍ଡର ଘଟଣା । ସମ୍ପର୍କୀୟ ପୁତୁରା ର ଟାଙ୍ଗୀଆ ଚୋଟରେ ମଉସା ର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି । ସୂଚନା ମୁତାବକ ବୁଗୁଡା କଲୋନୀ ଗ୍ରାମର କବିର ପ୍ରଧାନ ସକାଳ ୮ ଘଟିକା ସମୟରେ ନିତ୍ୟକର୍ମ କରୁଥିବା ବେଳେ ସେହି ଗ୍ରାମର ସ୍ବର୍ଗତ ଧୃବ ମଳିକଙ୍କ ବଡପୁଅ ଆଶୋକ ମଳିକ ( ମୁଣ୍ଡା ) ଅତର୍କିତ ଭାବରେ କବିର ପ୍ରଧାନ ( ୭୦ )ଙ୍କ ମୁଣ୍ଡକୁ ଏକ ଟାଙ୍ଗୀଆ ରେ ହାଣିବା ଫଳରେ ,ଘଟଣା ସ୍ଥଳରେ ହିଁ କବିରଙ୍କର ମୃତ୍ୟୁ ହୋଇଥିଲା । ଘଟଣା ଦେଖି ଗ୍ରାମବାସୀମାନେ ଅଶୋକଙ୍କୁ କାବୁକରି ଦଶପଲ୍ଲା ପୋଲିସ କୁ ଖବର ଦେଇଥିଲେ । ତତକ୍ଷଣାତ୍ ଦଶପଲ୍ଲା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଅଭିଯୁକ୍ତ ଅଶୋକଙ୍କୁ ନିଜ ଅକ୍ତିଆର କୁ ନେଇଥିଲେ । ପ୍ରକାଶ ଥାଉକି ଗୁଣିଗାରେଡି ସନ୍ଦେହରୁ ଏଭଳି ଘଟଣା ଘଟିଥିବା ପ୍ରାଥମିକ ଭାବରେ ଜଣା ପଡିଛି । ମୃତକ କବିର ପ୍ରଧାନ ଜଣେ ସରଳ ତଥା ଠାକୁର ପ୍ରେମୀ ବ୍ୟକ୍ତି ହୋଇଥିବା ବେଳେ ତାଙ୍କର କେବେ କାହାସହିତ ଶତ୍ରୁତା ନଥିଲା । ଅଶୋକଙ୍କର ଅସାମାଜିକ ଆଚରଣ ପାଇଁ ଅଶୋକ ଗ୍ରାମବାସୀ କଂ ସହିତ ଚଳାଚଳ କରୁନଥିବା ଜଣାପଡିଛି । ତେବେ ମଧ୍ୟାନ୍ନ ୧୨ ଘଟିକା ବେଳକୁ ସାଇଣ୍ଟିଫିକ ଟିମ୍ ଓ ଦଶପଲ୍ଲା ପୋଲିସ ଘଟଣାସ୍ଥଳରେ ପହଞ୍ଚି ହତ୍ୟା ରେ ବ୍ୟବହୃତ ଟାଙ୍ଗୀଆ କୁ ଜବତ କରିବା ସହିତ ଘଟଣାର ତଦନ୍ତ ଜାରୀ ରଖିଛନ୍ତି ।
ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।