ମୋ ଗାଁ ମୋ ସମ୍ମାନ।ଜନମଙ୍ଗଳ ଦ୍ବାରା ଅସହାୟ ମହିଳା ଉଦ୍ଧାର।

ଢେଙ୍କାନାଳ  ;ତା-୨୨/୧୨(ବିଏମସି ଟିଭି ଓଡ଼ିଆ)

ରବିବାର ସନ୍ଧ୍ୟା ଘ୯:୩୦ମି ସମୟ ରେ ଜନ ମଙ୍ଗଳ ରାସୋଳ ସଂଗଠନ ର ପ୍ରମୁଖ ସେବକ ସଞ୍ଜୀବି କୁମାର ସାହୁ ଙ୍କ ସୂଚନା କ୍ରମେ ଜନୈକା ବିବାହିତା ଯୁବତୀ ଆନୁମାନିକ ବୟସ ୨୬ ବର୍ଷ ନାମ ସଞ୍ଜୁକ୍ତା ସେଠୀ,ସ୍ବାମୀ ସୁଶାନ୍ତ ସେଠୀ,ଢେଙ୍କାନାଳ ଜିଲ୍ଲା, ହିନ୍ଦୋଳ ବ୍ଲକ,ଜରଡା ଗ୍ରାମ ପଞ୍ଚାୟତ,ଠେଙ୍ଗା ଗ୍ରାମ ରୁ ହୋଇଥିବା ବେଳେ ରାସ୍ତା କଡ ରେ ଅସହାୟ ଅବସ୍ଥା ରେ ଏକାକୀ ଦୀର୍ଘ ସମୟ ଧରି ବସିବା ପରେ ଜନମଙ୍ଗଳ (ରାସୋଳ) ସଂଗଠନ ର ପ୍ରତିଷ୍ଠାତା ବିଭୁ ଶତପଥୀ, ସଭାନେତ୍ରୀ ନିରୁପମା ମିଶ୍ର,ସେବକ ସଞ୍ଜୀବି ସାହୁ, ସୁବାସ ସାହୁ,ନୀଳମାଧବ ସାହୁ ଙ୍କର ଏକ ମିଳିତ ଟିମ୍ ତାଙ୍କ ପାଖରେ ପହଞ୍ଚି ଏକାକୀ ଶୀତ ରାତିରେ ବସିବାର କାରଣ ତଥା ପରିଚୟ ସଂପର୍କ ରେ ଜାଣିବାକୁ ଚାହିଁଥିଲେ କିନ୍ତୁ ମହିଳା ଙ୍କ ଠାରୁ କୌଣସି ସନ୍ତୋଷ ଜନକ ଉତ୍ତର ନମିଳିବାରୁ ପ୍ରତିଷ୍ଠାତା ବିଭୁ ଶତପଥୀ ଙ୍କ ଦ୍ଵାରା ମହିଳା ଙ୍କ ସୁରକ୍ଷା ପାଇଁ ରାସୋଳ ପୋଲିସ ର ଭାର ପ୍ରାପ୍ତ  ଅଧିକାରୀ ଶ୍ରୀଯୁକ୍ତ ଵିଧୁଭୂଷଣ ମିଶ୍ର ଙ୍କୁ ଅବଗତ କରାଯିବା ସହିତ ସଭାନେତ୍ରୀ ନିରୁପମା ମିଶ୍ର ଙ୍କ ସହାୟତା ରେ ରାସୋଳ ପୋଲିସ ଷ୍ଟେସନ କୁ ଅଣାଯିଵା ପରେ ସ୍ବାମୀ ସୁଶାନ୍ତ ସେଠୀ ଙ୍କ ସହିତ ଯୋଗାଯୋଗ କରି ପତ୍ନୀ ସଞ୍ଜୁକ୍ତା ସେଠୀ ଙ୍କୁ ନେବା ପାଇଁ କହିବା ପରେ ମଧ୍ୟ ସିଧା ସିଧା ମନା କରି ଦେଇଥିଲେ।ଏପଟେ ମହିଳା ଜଣକ କୌଣସି ହାଲତ ରେ ବି ଠେଙ୍ଗା ସ୍ଥିତ ଶ୍ଵଶୁର ଘର କୁ ଯିବା ପାଇଁ ଅଗ୍ରାହ୍ୟ ପ୍ରକାଶ କରୁଥିବା ବେଳେ ମହିଳା ଙ୍କ କହିବା ଅନୁଯାୟୀ ସାତମାଇଲ୍ ଫାଣ୍ଡି ଅଧୀନରେ ଥିବା ହରିହରପୁର ଗ୍ରାମ ରେ ରହୁଥିବା ମହିଳା ଙ୍କ ଭଉଣୀ/ଭିଣେଇଙ୍କ ଘରକୁ ରାସୋଳ ପୋଲିସ ସହାୟତା ରେ ସୁରକ୍ଷିତ ଭାବେ ପହଞ୍ଚାଇ ଦିଆ ଯାଇଥିଲା।ପ୍ରକାଶ ଥାଉ କି ଶୀତ ରାତିରେ ଏକାକୀ ଜଣେ ବିବାହିତା ଯୁବତୀ ବିନା ଶୀତବସ୍ତ୍ର ରେ ରାସ୍ତା କଡ ରେ ହେଉ ଅବା ଦୋକାନ ବାରଣ୍ଡାରେ ରାତି କାଟିବା ନିହାତି ବିପଦ କୁ ଆମନ୍ତ୍ରଣ କରିବା କଥା। ଅସାମାଜିକ ଲୋକ ଙ୍କ ର ଲୋଲୁପ ଦୃଷ୍ଟି ତଥା କାର୍ଯ୍ୟକଳାପ କୁ ମଧ୍ୟ ଅଣଦେଖା କରା ଯାଇ ନପାରେ।ଅତୈବ ପରିସ୍ଥିତି କୁ ଗୁରୁତର ସହ ନେଇ ଗାଁ ର ସମ୍ମାନ କୁ ବଜାୟ ରଖି ସଂଗଠନ ତରଫ ରୁ ଏକାକୀ ଅସହାୟ ମହିଳା ଙ୍କୁ ଉଦ୍ଧାର କରିବାର ପ୍ରୟାସ ଯୋଗୁଁ ରାସୋଳ ଗ୍ରାମବାସୀ ସାଧୁବାଦ ଜ୍ଞାପନ କରିବା ସହିତ ମୋ ଗାଁ ମୋ ସମ୍ମାନ ଓଡ଼ିଶା ଆହ୍ଵାନ ର ରାଜ୍ୟ ଆବାହକ ଶ୍ରୀଯୁକ୍ତ ପ୍ରଭାତ କୁମାର ବାରିକ ଅଶେଷ ଧନ୍ୟବାଦ ଞ୍ଜାପନ କରିଛନ୍ତି।ରାସୋଳ ପୋଲିସ୍ ସହୃଦୟତା ସହ ସହଯୋଗ ର ହାତ ବଢ଼ାଇଥିବା ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ”ଜନ ମଙ୍ଗଳ” ରାସୋଳ ସଂଗଠନ ତରଫରୁ ମଧ୍ୟ ଅଶେଷ ଧନ୍ୟବାଦ ଞ୍ଜାପନ କରାଯାଇଛି।

ଢେଙ୍କାନାଳ  ରୁ ଜିଲ୍ଲା ପ୍ରତିନିଧି ବିଭୁ ପ୍ରସାଦ ଶତପଥୀ ଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡିଶା।

Leave a Reply

Your email address will not be published. Required fields are marked *