ଫୁଲବାଣୀ ; ତା-୩୦/୧୨ (ବିଏମସି ଟିଭି ଓଡ଼ିଆ)
ଓଡ଼ିଶାର ବିଖ୍ଯାତ ଓଡ଼ିଶୀ ଗବେଷଣା କେନ୍ଦ୍ର ଭୁବନେଶ୍ଵର ସ୍ଥିତ ତ୍ରିଭଙ୍ଗ କଳାନିକେତନ ପ୍ରତିଷ୍ଠାତା ପ୍ରସିଦ୍ଧ ଓଡ଼ିଶୀ ନୃତ୍ୟ ଗୁରୁ,ଓଡ଼ିଶୀ ନୃତ୍ୟ ନିର୍ଦ୍ଦେଶକ ବିକ୍ରମ ସାମଲଙ୍କ ଦ୍ୱାରା ଆୟୋଜିତ ଏହି ସର୍ବଭାରତ ସ୍ତରୀୟ ନୃତ୍ୟ, ସଙ୍ଗୀତ, ଚିତ୍ର ଉତ୍ସବ,କଳା ସମର୍ପଣ ସମ୍ମାନ-୨୦୨୪
ଏବଂ ତ୍ରିଭଙ୍ଗ କଳାନିକେତନ,ଭୁବନେଶ୍ଵରର ବାର୍ଷିକ ଉତ୍ସବ ମହା ଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ବିଶ୍ୱ ବିଖ୍ଯାତ ମର୍ଦ୍ଦଳ ବାଦକ ଗୁରୁ ଶ୍ରୀ ସଚ୍ଚିଦାନନ୍ଦ ଦାସ, ପ୍ରଖ୍ଯାତ ଓଡ଼ିଶୀ ସଙ୍ଗୀତ ଗୁରୁ ଶ୍ରୀ ନିମାକାନ୍ତ ରାଉତରାୟ, ପ୍ରଖ୍ଯାତ ସଙ୍ଗୀତ ଗୁରୁ ଶ୍ରୀ ପ୍ରଦୀପ କୁମାର ଦାସ, କେନ୍ଦ୍ର ସାହିତ୍ୟ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ ସୁପ୍ରସିଦ୍ଧ ମର୍ଦ୍ଦଳ ବାଦକ ଶ୍ରୀ ଧନେଶ୍ଵର ସ୍ୱାଇଁ, ପ୍ରସିଦ୍ଧ ଓଡ଼ିଶୀ ନୃତ୍ୟ ଗୁରୁ ଶ୍ରୀ ମନୋରଞ୍ଜନ ପ୍ରଧାନ, ପ୍ରସିଦ୍ଧ ଓଡ଼ିଶୀ ସଙ୍ଗୀତ ଗୁରୁ ଶ୍ରୀ ସୁକାନ୍ତ କୁମାର କୁଣ୍ଡୁ, ପ୍ରଖ୍ଯାତ ଓଡ଼ିଶୀ ନୃତ୍ୟ ଗୁରୁ ଶ୍ରୀ ଭରତ ଚରଣ ଗିରି,ପ୍ରସିଦ୍ଧ ଓଡ଼ିଶୀ ନୃତ୍ୟ ଗୁରୁ ଶ୍ରୀ ବିନୋଦଚନ୍ଦ୍ର ସାହୁ, ପ୍ରସିଦ୍ଧ ନାଟ୍ୟକାର ଓ ଅଭିନେତା ଶ୍ରୀ ବିଜୟ କୁମାର,ନିର୍ଦ୍ଦେଶିକା ଶ୍ରୀମତୀ ସୁନୀତା ସାମଲ ଆଦି ପ୍ରମୁଖ ଯୋଗଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ରେ ସୁପ୍ରସିଦ୍ଧ ଭକ୍ତିସଙ୍ଗୀତ ଶାସ୍ତ୍ରୀୟ ଗାୟକ କଳା ସମର୍ପଣ ଗୁରୁ ଶ୍ରୀ ଲକ୍ଷ୍ମୀନାରାୟଣ ପୁରୋହିତଙ୍କୁ ତାଙ୍କର ଉଚ୍ଚକୋଟୀର ଭକ୍ତିସଙ୍ଗୀତ ପରିବେଷଣ ଓ ପ୍ରତିଭା ପାଇଁ କଳା ସମର୍ପଣ, ୨୦୨୪ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା । ଏହାପରେ ଗୁରୁ ଶ୍ରୀ ଲକ୍ଷ୍ମୀନାରାୟଣ ପୁରୋହିତ ଏହି ସମ୍ମାନ ଲାଭ କରିଥିବାରୂ ଖୁସି ବ୍ୟକ୍ତ କରିବା ସହିତ ତାଙ୍କୁ ବିଭିନ୍ନ ବର୍ଗର କଳାକାର ଙ୍କ ସହିତ ବିଭିର୍ଣ୍ଣ ସାଂକୃତିକ କଳା ଅନୁଷ୍ଠାନର କର୍ମକର୍ତ୍ତା, ବୁଦ୍ଧି ଯିବି ଓ ତାଙ୍କର ପ୍ରଶଂସକ ମାନଙ୍କ ତରଫରୁ ଅଜସ୍ର ଶୁଭେଚ୍ଛା ସହିତ ଅଭିନନ୍ଦନ ର ସୁଅ ଛୁଟିବାରେ ଲାଗିଛି ।

କନ୍ଧମାଳ ଜିଲ୍ଲା ଫୁଲବାଣୀ ରୁ କ୍ଷୀରୋଦ କୁମାର ସାହାଣୀଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡିଶା ।