ଜାତୀୟ ବିଜ୍ଞାନ ଦିବସ ପାଳିତ ।

ନୟାଗଡ ;ତା-୦୧/୦୩(ବିଏମସି ଟିଭି ଓଡ଼ିଆ)

ଦଶପଲ୍ଲା ବ୍ଲକ ଅନ୍ତର୍ଗତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ନଛିପୁର ଠାରେ ଜାତୀୟ ବିଜ୍ଞାନ ଦିବସ ଶୁକ୍ରବାର ଦିନ ପାଳିତ ହୋଇଯାଇଛି । ଏଥିରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ସଂଜିବନୀ ସାମଲ ସଭାପତିତ୍ୱ କରିଥିଲେ ।ବିଦ୍ୟାଳୟ ର ବିଜ୍ଞାନ ଶିକ୍ଷୟିତ୍ରୀ ସ୍ୱୟଂପ୍ରଭା ପ୍ରଧାନ, ସମିନା ମାରାଣ୍ଡି, ପ୍ରିୟଙ୍କା ଖମାରି ଓ ସୁଶ୍ରୀ ସ୍ଵାଗତିକା ପ୍ରିୟଦର୍ଶିନୀ ପିଲାମାନେ ଆଣିଥିବା ବିଭିନ୍ନ ପ୍ରକାର ବିଷୟ ବସ୍ତୁ ଆଧାରିତ ପ୍ରୋଜେକ୍ଟ କୁ ପ୍ରଦର୍ଶନ କରାଇଥିଲେ ।ଏହାକୁ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଏସ ମ୍ ସି ଏବଂ ପଞ୍ଚସଖାଶିକ୍ଷା ସେତୁ ର ସଭ୍ୟ ସଭ୍ୟା ମାନେ ପରିଦର୍ଶନ କରି ବହୁତ ଆନନ୍ଦ ଉପଭୋଗ କରିଥିଲେ ଓ ପିଲାମାନଙ୍କୁ ଉତ୍ସାହିତ କରିଥିଲେ ।ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସାମଲ ସାର୍ ସି.ଭି. ରମଣ ଙ୍କ ରମଣ ଇଫେକ୍ଟ ବିଷୟ ରେ ବୁଝାଇ କହିଥିଲେ। ପିଲାମାନେ ବିଜ୍ଞାନ କ୍ଷେତ୍ରରେ କିପରି ଉନ୍ନତି କରିବେ ତାହାରି ଉପରେ ବକ୍ତବ୍ୟ ରଖିଥିଲେ । ସମସ୍ତ ବିଜ୍ଞାନ ଶିକ୍ଷୟିତ୍ରୀ ପିଲାମାନଙ୍କୁ ବିଜ୍ଞାନ ବିଷୟ ରେ ବୁଝାଇ କହିଥିଲେ। ଡ଼କ୍ଟର ଏପିଜେ ଅବଦୁଲ କଲାମ, ସର୍ବପଲ୍ଲୀ ରାଧାକ୍ରିଷ୍ଣ ଙ୍କର କାଷ୍ଠ ପ୍ରତିମୂର୍ତ୍ତି ଶ୍ରୀମତୀ ସାମଲ ଓ ନିଜ ହାତରେ ତିଆରି କରିଥିବା ମୂର୍ତ୍ତିକୁ ଶ୍ରୀଯୁକ୍ତ ଲଷ୍ମୀଧର ବେହେରା ମହୋଦୟ ପୁଷ୍ପମାଲ୍ୟ ଏବଂ ଉତ୍ତରୀୟ ଦେଇ ଉନ୍ନମୋଚନ କରିଥିଲେ । ଏଥିରେ ବିଦ୍ୟାଳର ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, କର୍ମକର୍ତ୍ତା ସାହାଯ୍ୟ ସହଯୋଗ କରିଥିଲେ । ଶେଷରେ ଶ୍ରୀମତୀ ସାମଲ ସଭା ସାଙ୍ଗ କରି ତିଥି ଭୋଜନର ବ୍ୟବସ୍ଥା କରିଥିଲେ ।

ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *