କୁଟୁରାଚୁଆଁ ଜୁନିୟର କଲେଜରେ ଜାତୀୟ ଯୁବ ଦିବସ ପାଳିତ।

ସମ୍ବଲପୁର ;ତା-୧୨/୧(ବିଏମସି ଟିଭି ଓଡିଆ)

କୁଚିଣ୍ଡା ଉପଖଣ୍ଡ ଅନ୍ତର୍ଗତ କୁଟୁରାଚୁଆଁ ଜୁନିୟର କଲେଜରେ ଯୁବ ରେଡକ୍ରସ ଆନୁକୁଲ୍ୟରେ ଅଧ୍ୟକ୍ଷ ନିଳାଞ୍ଚଳ ତିଓ୍ୟାରୀଙ୍କ ସଭାପତିତ୍ବରେ ସ୍ବାମୀ ବିବେକାନନ୍ଦ ଜନ୍ମ ଜୟନ୍ତୀ ଅବସରରେ ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଅଛି। ପ୍ରାରମ୍ଭରେ ଉପସ୍ଥିତ ଅତିଥିଗଣ ସ୍ବାମୀ ବିବେକାନନ୍ଦଙ୍କ ତୈଳଚିତ୍ରରେ ଦୀପ ପ୍ରଜ୍ବଳନ କରି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଅଧ୍ୟାପିକା ଭାବନା ପାଣ୍ଡେ ସ୍ବାଗତ ଭାଷଣ ତଥା ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ କଲେଜର ବରିଷ୍ଠ ଅଧ୍ୟାପକ କୃଷ୍ଣଚନ୍ଦ୍ର ପୂଝାରୀ ସଭା ସଂଯୋଜନା କରିଥିଲେ। ଏହି ଅବସରରେ କଲେଜର ପ୍ରତିଷ୍ଠାତା ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ନାଏକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଯୁବ ସମାଜ ସ୍ବାମୀ  ବିବେକାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ମାର୍ଗଦର୍ଶନ କରିଥିଲେ। ଟେଲିଭିଜନ କଳାକାର ସିପ୍ରା ମହାନ୍ତି ମୁଖ୍ୟବ୍ୟକ୍ତା ଭାବରେ ଯୋଗଦେଇ ବିବେକାନନ୍ଦ ହେଉଛନ୍ତି ବିଶ୍ବବିଜୟୀ ଓ ଦେଶପ୍ରେମର ଏକ ପ୍ରତୀକ ବୋଲି ପ୍ରକାଶ କରିଥିଲେ। ସମାଜସେବୀ ତଥା ପଶ୍ଚିମ ଓଡିଶା ଗ୍ରାହକ ପଞାୟତ ର କୋଷାଧକ୍ଷ ନଳୀନି କାନ୍ତ ମହାନ୍ତି, ଶିକ୍ଷା ଡେମୋଷ୍ଟେଟର ପ୍ରତିମା କୁମାରୀ ନାଏକ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ଯୁବ ରେଡକ୍ରସ କାଉନସେଲର ଅଧ୍ୟାପକ ସତ୍ୟନାରାରଣ ପଟେଲ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟାପକ ସୁଧିର ନାଏକ ଧନ୍ୟବାଦ ଅର୍ପଣ କରିଥିଲେ। ଡିଇଓ ସମିନ ନାଏକ, କିରାଣୀ ଭେଷଜ କୁମାର ଗରଡିଆ, ଅଣଶିକ୍ଷକ ଜୟଦେବ ରାଉତ, ଅସିମ କୁମାର ପରୁଆ ତଥା କଲେଜର ଉଭୟ ଏକାଦଶ ଓ ଦ୍ବାଦଶ ଶ୍ରେଣୀର ଛାତ୍ର ଛାତ୍ରୀମାନେ ଉପସ୍ଥିତ ରହି ସକ୍ରୀୟ ସହଯୋଗ କରିଥିଲେ।



ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।

Leave a Reply

Your email address will not be published. Required fields are marked *