ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ଟେବୁଲ୍ ଟପ୍ ପ୍ରସ୍ତୁତି ବୈଠକ ।



ଦଶପଲ୍ଲା :-୧୯/୦୬/୨୫ (ବିଏମସି ଟିଭି ଓଡ଼ିଆ)

ନୟାଗଡ଼ ଜିଲ୍ଲା ଦଶପଲ୍ଲା ପଞ୍ଚାୟତ ସମିତି ସଦଭାବନା ସଭା ଗୃହରେ ବୁଧବାର ଦିନ ଜାତୀୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ଶିବିର ପାଇଁ ଟେବୁଲ୍ ଟପ୍ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ବିଡିଓ ଭୁବନାନନ୍ଦ ପଟ୍ଟନାୟକ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ଏଥିରେ କନ୍ଧମାଳ ସାଂସଦ ଙ୍କ ଦଶପଲ୍ଲା ବ୍ଲକ ପ୍ରତିନିଧି କିଶୋର ଚନ୍ଦ୍ର ଦଳବେହେରା ଙ୍କ ସମେତ ଅନ୍ୟ ସବୁ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ । ଅଗ୍ନିଶମ ବିଭାଗ କର୍ମଚାରୀମାନେ ଜାତୀୟ ବିପର୍ଯ୍ୟୟ ବନ୍ୟା,ବାତ୍ୟା,ଭୂମିକମ୍ପ, ଦୁର୍ଘଟଣା,ନିଆଁ ଘେରରେ ଥିବା ସମୟରେ ବିପନ୍ନ ଲୋକଙ୍କୁ କିପରି ଉଦ୍ଧାର କରାଯିବ, ଉଦ୍ଧାର ପରେ ପ୍ରାଥମିକ ଚିକିତ୍ସା ଆଦି କାର୍ଯ୍ୟ ସ୍ଵେଚ୍ଛାକୃତ ଭାବେ କିପରି କରାଯାଇପାରିବ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏଥିସହ ଲାଇଫ୍ ଜ୍ୟାକେଟ,ଲାଇଫ ଗାର୍ଡର ବ୍ୟବହାର ,ନଦୀରେ ବୁଡ଼ି ଯାଉଥିବା ଲୋକଙ୍କୁ କିପରି ଉଦ୍ଧାର କରାଯାଇପାରିବ ,ସାପ କାମୁଡ଼ିଲେ ତାର ପ୍ରାଥମିକ ଚିକିତ୍ସା ପଦ୍ଧତି ନେଇ ସୂଚନା ଦେଇଥିଲେ ଓ ତତ ସହିତ କେତେକ ଉଦାହରଣ ମଧ୍ୟ ଦେଖାଇଥିଲେ।ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସ୍ବାସ୍ଥ୍ୟ ବିଭାଗ ,ବିଦ୍ୟୁତ୍ ବିଭାଗ,ଶିକ୍ଷା ବିଭାଗ,ପ୍ରାଣୀ ଚିକିତ୍ସା ବିଭାଗ, ଜଳସେଚନ ବିଭାଗ,ଉଦ୍ୟାନ ବିଭାଗର ଅଧିକାରୀଙ୍କ ସହିତ  ପଞ୍ଚାୟତର ଗ୍ରାମ ରୋଜଗାର ସେବକ, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ତେବେ ଏତେବଡ ଗୁରୁତ୍ୱ ପୂର୍ଣ ବିଷୟ କୁ ଲୋକ ଲୋଚନ କୁ ଆଣିବା ଯେଉଁ ସାମ୍ବାଦିକ ମାନଙ୍କ ଦାୟିତ୍ୱ ସେମାନଙ୍କୁ କାହିଁକି ଅଣଦେଖା କରାଯାଇଛି ତାହା ଚର୍ଚ୍ଚା ର ବିଷୟ। ବ୍ଲକର ପ୍ରତ୍ୟେକ ବୈଠକ କୁ ଡକା ନ ଯିବାର କାରଣ କଣ? ତେବେ କିଛି ଭିତିରି କଥା ପ୍ରଘଟ ହେବା ଲକ୍ଷରେ ସାମ୍ବାଦିକ ମାନଙ୍କୁ ଅଣଦେଖା ହୋଇଛି ବୋଲି ଆଲୋଚନା ହେଉଛି। ଦେଖାଯାଉ ପୂର୍ବ ସରକାର ରେ ତ ସାମ୍ବାଦିକ ଙ୍କୁ ଅଣଦେଖା ପ୍ରଥା ଚାଲିଥିଲା, ବର୍ତମାନ କୁହାଯାଉଥିବା ଲୋକଙ୍କ ସରକାର ଏଥିପ୍ରତି କି ବିଚାର କରୁଛନ୍ତି ତାହା ସମୟ କହିବ ।



ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି  ନ୍ୟୁଜ ଓଡିଶା।

Leave a Reply

Your email address will not be published. Required fields are marked *