ଭୁବନେଶ୍ବର ; ତା-୧୨/୦୧(ବିଏମସି ଟିଭି ଓଡ଼ିଆ)
ଦାୟିତ୍ଵରେ ନାହାନ୍ତି ହେଲେ ଓଡିଆଙ୍କ ଦୁଃଖକୁ ବୁଝି ପାରୁଛନ୍ତି। ସେ ଆଉ କେହି ନୁହଁନ୍ତି ସେ ହେଉଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ମୃତ ସହଦେବ ନାୟକଙ୍କ ପତ୍ନୀ ଏବଂ ଦୁଇ ଝିଅ ଗତକାଲି ସନ୍ଧ୍ୟାରେ ନବୀନ ନିବାସ ଆସି ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ସହଦେବଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇବା ସହ ସାହାଯ୍ୟର ପ୍ରତିଶ୍ରୁତି ଦେଇଛନ୍ତି ବିରୋଧୀ ଦଳ ନେତା । ଶୁଦ୍ଧି କର୍ମ ପାଇଁ ୫୦ ହଜାର ଟଙ୍କା ସହାୟତା ଦେବା ସହ ଦୁଇ ଝିଅଙ୍କ ପଢିବା ଦାୟିତ୍ଵ ନେଇଛନ୍ତି। ଜଘନ୍ୟ ହତ୍ୟା ଘଟଣାକୁ କଡା ନିନ୍ଦା କରିବା ସହ ତାଙ୍କ ପରିବାର ଙ୍କୁ ଯେପରି ନ୍ୟାୟ ମିଳିବ ସେଥିପାଇଁ ଲଢେଇ କରିବେ ବୋଲି ନବୀନ କହିଛନ୍ତି । ସହଦେବ ନାୟକଙ୍କ ଉତ୍ତରାଧିକାରୀଙ୍କୁ ୫ଲକ୍ଷ ଟଙ୍କାର ଅନୁକମ୍ପା ରାଶି ସହ ଏଜେନ୍ସି ଜରିଆରେ ସୁପରଭାଇଜର ଚାକିରି ପ୍ରଦାନ କରାଯାଇଛି।
ଭୁବନେଶ୍ବର ରୁ ପବିତ୍ର କୁମାର ଦାସ ଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡିଶା।