ମହାପୁରୁଷ ଙ୍କୁ ନେତା, ମନ୍ତ୍ରୀ  ଓ ପ୍ରଶାସନିକ ଅଧିକାରୀ ଙ୍କ ଅବହେଳା ;  ପୂଜ୍ୟପୂଜା ଦିବସରେ ନେତାମନ୍ତ୍ରୀଙ୍କ କୁମ୍ଭୀର କାନ୍ଦଣା ।

ବୋଲଗଡ, ତା-୧୪/୦୫ ( ବିଏମସି ଟିଭି ଓଡ଼ିଆ )
ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କର ବିଧାୟକ, ସାଂସଦ, ରାଜ୍ୟସଭା ସଦସ୍ୟ, ମନ୍ତ୍ରୀ ଓ ଉଚ୍ଚ ପଦସ୍ଥ ବହୁ ପ୍ରଶାସନିକ ଅଧିକାରୀ ମାନେ ଜାତୀୟ କ୍ୟାଲେଣ୍ଡର ଅନୁସାରେ ବିଭିନ୍ନ ପୂଜ୍ୟପୂଜା ଦିବସରେ ମହାପୁରୁଷ ମାନଙ୍କ ଜନ୍ମତିଥି  ଓ  ଶ୍ରାଦ୍ଧବାର୍ଷିକରେ ଲୋକ ଦେଖାଣିଆ ଭକ୍ତି କରି ସେମାନଙ୍କର ପ୍ରତିମୂର୍ତ୍ତିରେ ଫୁଲ, ଚନ୍ଦନ, ଧୂପ, ଦୀପ ଦେଇ ଶ୍ରଦ୍ଧା ସୁମନ ଅର୍ପଣ କରିଥାନ୍ତି।  ନିଜର ପ୍ରତିଭା ଓ ବାହାଦୁରି ଦେଖାଇବା ପାଇଁ ସେମାନେ କୋହ ଭରା ନୟନରେ ଜନ ସାଧାରଣ ମାନଙ୍କୁ ମନ ମୋହିଲା ଭଳି ହୃଦୟସ୍ପର୍ଶୀ ବକ୍ତବ୍ୟ ଦେଇଥାନ୍ତି। ଏହି ପୂଜ୍ୟ ପୂଜା ଦିବସ ଚାଲିଗଲେ ସେମାନେ ଏହି ମହାପୁରୁଷ ମାନଙ୍କୁ ଭୁଲି ଯାଇ ଥାନ୍ତି। ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତି ଗୁଡିକର ସୁରକ୍ଷା ଦେବା ପାଇଁ ନେତା ମନ୍ତ୍ରୀ, ବିଧାୟକ,  ସାଂସଦ  ମାନଙ୍କର  କୌଣସି ଆଗ୍ରହ ନ ଥାଏ।  ୫୭ନମ୍ବର ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥ ର ବୋଲଗଡ ବ୍ଲକ ନିକଟସ୍ଥ ଚୁଡା ଗ୍ରାମ ପାର୍ଶ୍ୱରେ  ବହୁବର୍ଷ ଧରି ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଏକ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଅଛି। କିନ୍ତୁ ବଡ ଦୁଃଖ ତଥା ଅନୁତାପର ବିଷୟ   ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ, ମନ୍ତ୍ରୀ, ଶାସନ ସଚିବ, ବିଧାୟକ, ସାଂସଦ ଓ ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଅବହେଳା ଯୋଗୁଁ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ପ୍ରତି ଅବହେଳା ପ୍ରଦର୍ଶନ କରାଯାଇଅଛି।  ତେଣୁ ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସଂକୃତି ବିଭାଗ ଦ୍ୱାରା ଚୁଡ଼ା ଗ୍ରାମଠାରେ ଅବସ୍ଥାପିତ ଥିବା ମହାତ୍ମା ଗାନ୍ଧୀ ପ୍ରତିମୂର୍ତ୍ତିର ସ୍ଥାୟୀ ସୁରକ୍ଷା କରିବା ପାଇଁ ବୋଲଗଡ ବ୍ଲକ ଅଞ୍ଚଳ ବାସି, ଶିକ୍ଷାବିତ, ବୁଦ୍ଧିଜୀବୀ, ସମାଜସେବୀ ଓ  ସାମ୍ବାଦିକ ମାନେ  ଦୃଢ଼ ଦାବି କରି ଅଛନ୍ତି।

ବିଏମସି ନିୟୁଜ ଓଡିଶା।

Leave a Reply

Your email address will not be published. Required fields are marked *