ରାଇରଙ୍ଗପୁର ଭିନ୍ନକ୍ଷମ ସାମର୍ଥ ଶିବିରରେ ଭିନ୍ନକ୍ଷମ କୁ ଅବହେଳା ।

ରାଇରଙ୍ଗପୁର ;ତା-୧୬/୦୫(ବିଏମସି ଟିଭି ଓଡ଼ିଆ)

ଏକ ଲଜ୍ଜାଜନକ ଓଡିଶା ସରକାରଙ୍କ ପ୍ରଶାସନିକ ସେବା ପ୍ରଦାନ ର ଆଉ ଏକ ପ୍ରତିଛବି ସାମନାକୁ ଆସିଛି , ବି ଜେ ପି ସରକାରଙ୍କ ଏକ ବର୍ଷ ପୁରିବାକୁ ଯାଉଅଛି ତଥାପି ସେବା ଯୋଗାଇବାରେ ବିଫଳତା ଦେଖା ଦେଇଛି । ସରକାରଙ୍କର କଥା ବଡ ବଡ କାମ ପୁରା ଜିରୋ
ଭିନ୍ନକ୍ଷମ ସାମର୍ଥ ଶିବିରରେ ଭିନ୍ନକ୍ଷମ କୁ ଅବହେଳା,ନିର୍ଧାରିତ ସମୟରେ ଡାକ୍ତର ଅନୁପସ୍ଥିତ,ଭିନ୍ନକ୍ଷମ ନାହିଁନଥିବା ଅସୁବିଧାର ସମ୍ମୁଖୀନ।ଏଭଳି ଏକ ଅଭାବନୀୟ ଦୃଶ୍ୟ ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ମହତାବ ଭବନ ଠାରେ ଅନୁଷ୍ଠିତ ହୋଇଥିବା ଭିନ୍ନକ୍ଷମ ସାମର୍ଥ ଶିବିର ରେ ।ତେବେ ଏହି ଶିବିରରେ ବାମନଘାଟୀ ଓ ପାଞ୍ଚପୀଡ଼ ଉପଖଣ୍ଡର ଭିନ୍ନକ୍ଷମ ଆସିବା ନେଇ ସୂଚନା ରହିଛି କିନ୍ତୁ ଲୋକଙ୍କ ଅଭିଯୋଗ ଅନୁସାରେ ସକାଳ ଆଠଟାରେ ଭିନ୍ନକ୍ଷମ ପରୀକ୍ଷା କରିବାକୁ ଡାକ୍ତର ଆସିବା କଥା କିନ୍ତୁ ଲୋକେ 7. 30 min ସମୟରେ ଆସିଥିବା ବେଳେ ଅଧାରୁ ଅଧିକ ବିଭିନ୍ନ ବିଭାଗର ଡାକ୍ତର ଦିନ 10. 12min ପର୍ଯ୍ୟନ୍ତ ଅନୁପସ୍ଥିତି ରହିଥିବା ଦେଖିବାକୁ ମିଳିଛି, ଯାହା ଫଳରେ ଲୋକେ ହଇରାଣ ହେବା ସହିତ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହା ବ୍ୟତୀତ ରୋଗି ମାନଙ୍କ ପାଇଁ ପାନିୟ ଜଳର ସୁବିଧା ନାହିଁ କି ସେବା ପ୍ରଦାନ କରିବାରେ ଠାଳ ଠୁଳୁ ନିତି ଅମ୍ବଲବନ ପରି ଦୂରଦୂରାନ୍ତରୁ ଆସୁଥିବା ଭିନ୍ନକ୍ଷମ ରୋଗୀ ମାନେ ଅନେକ ହିନସ୍ତା ରେ ଗତି କରୁଛନ୍ତି । ସରକାର ଭିନ୍ନକ୍ଷମ ପାଇଁ ସବୁ ସୁବିଧା ସୁଯୋଗ ଯୋଗାଇଦେବା ପାଇଁ ଘୋଷଣା କରିଥିଲେ ହେଁ ଏଠି ପ୍ରଶାସନ କ୍ଷେତ୍ର ରେ ତାହା ରୋଗି ମାନଙ୍କୁ ଉପଲବ୍ଧ କରାଯାଉ ନାହିଁ ଭଳି ପ୍ରତିଛବି ଦେଖିବାକୁ ମିଳୁଛି , ତେବେ ସରକାର ପ୍ରଶାସନ କେବେ ପରିବର୍ତ୍ତନ ହେବେ ବୋଲି ବୁଦ୍ଧିଜୀବୀ ମହଲରୁ ପ୍ରଶ୍ନବାଣ କରିଛନ୍ତି।
ତେବେ ଏଭଳି ସ୍ତରରେ ସରକାର ବିଭାଗୀୟ ଅଧିକାରୀ ଉପରେ କଣ କାର୍ଯାନୁଷ୍ଠାନ ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ରହିଲା | ସରକାରଙ୍କ ଏହି ଭଳି ସେବାକୁ ବାସନ୍ତୀ ଗିରି (ଭିନ୍ନକ୍ଷମଙ୍କ ଅଭିଭାବକ )ଶରତ ଚନ୍ଦ୍ର ବେହେରା (ଭିନ୍ନକ୍ଷମଙ୍କ ଅଭିଭାବକ ) ଚନ୍ଦ୍ର ଶେଖର ନାଏକ ପ୍ରମୁଖ ନିନ୍ଦା କରିଛନ୍ତି ।

ରାଇରଙ୍ଗପୁର ରୁ ଉତ୍ତମ ରାମ ଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।

Leave a Reply

Your email address will not be published. Required fields are marked *