ଦଶପଲ୍ଲା :-୧୩/୦୫/୨୫ (ବିଏମସି ଟିଭି ଓଡ଼ିଆ)
ଦଶପଲ୍ଲା ରୁ ଗଣିଆ ରାଜପଥର ମଧ୍ଯଖଣ୍ଡ ଗ୍ରାମ ପଂଚାୟତ ଠାରୁ ଦଶପଲ୍ଲା ପର୍ଯ୍ୟନ୍ତ ରାସ୍ତା ର ପ୍ରଶସ୍ତି କରଣ ପାଇଁ ଗତ ବିଜେଡି ସରକାରଙ୍କ ସମୟରେ ଟଙ୍କା ମଂଜୁର ହୋଇ କାମ ହୋଇଥିଲା। ତେବେ ସମୟ ଅବଧି ପୂର୍ବରୁ ରାସ୍ତା ରେ ବିଭିନ୍ନ ଖାତ ହେବା ଓ ପିଚୁ ଉଠିଯିବା ବିଷୟରେ ଅନେକ ଗଣମାଧ୍ୟମ ରେ ପ୍ରକାଶ ପାଇବା ପରେ ରାସ୍ତା ର ମରାମତି ବିଭାଗ ଦ୍ୱାରା କିମ୍ବା କଣ୍ଟ୍ରାକ୍ଟର ଙ୍କ ଦ୍ୱାରା କରାଯାଇଥିଲା। ତେବେ ଏଠି ପ୍ରଶ୍ନ ଉଠୁଛି ଏଥିପାଇଁ ବିଭାଗୀୟ ଅଧିକାରୀ ଙ୍କ ଦୃଷ୍ଟି ପଡ଼ିନାହିଁ ନା କାର୍ଯ୍ୟ କୁ ହେୟ ଜ୍ଞାନ କରାଯାଇଛି। କାରଣ ମଧ୍ଯଖଣ୍ଡ ନିକଟ ରାସ୍ତାରେ ଥିବା ଖାତ ଆଜି ସୁଦ୍ଧା ପୁରଣ ହୋଇପାରୁନାହିଁ। ମାତ୍ର ତାହା ପାଖରେ ଖରାପ ଥିବା ରାସ୍ତା କୁ ପିଚୁ ପକାଇ ଠିକ କରାଯାଇଛି। ଏଥିରୁ ଜଣାପଡୁଛି ବିଭାଗୀୟ ଅଧିକାରୀ କେତେ ପାରିବାର ଏବଂ ସ୍ପଷ୍ଟ ଜଣାପଡୁଛି ସରକାର ଙ୍କ ନିୟମ କୁ ଏମାନେ କେତେଦୂର ସଠିକ ଭାବରେ ମାନୁଛନ୍ତି?
ଦେଖାଯାଉ ନୂତନ ସରକାରଙ୍କ ଏଭଳି ଧୃଷ୍ଟତା ଉପରେ କେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ତାହା ସମୟ କହିବ।
ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଆ।