ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ନୟାଗଡ଼ ତରଫରୁ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ଉପଲକ୍ଷେ ଶୋଭାଯାତ୍ରା।

ନୟାଗଡ ; ତା-୨୩/୦୧(ବିଏମସି ଟିଭି ଓଡ଼ିଆ)

ସ୍ଥାନୀୟ ହାଉସିଂ ବୋର୍ଡ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ପାଳନ ହୋଇଯାଇଛି ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ । ଶିକ୍ଷାକେନ୍ଦ୍ରର ସଂପାଦକ ଶ୍ରୀଧର ସାହୁଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ନୟାଗଡ଼ ବ୍ଳକ୍ ଚେୟାରମ୍ୟାନ କିଶୋର ଚନ୍ଦ୍ର ସାହୁ ଯୋଗଦେଇ ଥିଲା ବେଳେ ସମ୍ମାନିତ ଅତିଥି ଭାବେ ସାମାଜିକ ଅନୁଷ୍ଠାନ ନିସ୍ବାର୍ଥର ସଂପାଦକ ତଥା ବରିଷ୍ଠ

ସମାଜସେବୀ ଅରୁଣ କୁମାର ମହାନ୍ତି ଓ ମୁଥାଗାଡିଆ ଗ୍ରାମ ପଞ୍ଚାୟତ ସରପଂଚ ସୁଶାନ୍ତ କୁମାର ପ୍ରଧାନ ଯୋଗଦେଇ ବିଦ୍ଯାଳୟ ପ୍ରାଙ୍ଗଣରେ ସ୍ଥାପିତ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିରେ ଧୂପ ଓ ପୁଷ୍ପ ମାଲ୍ୟାର୍ପଣ କରିଥିଲେ। ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀ ଗୁରୁଜୀ ଗୁରୁମା ଓ ଅତିଥିମାନେ ଦୁଇ ମହାପୁରୁଷଙ୍କ ସ୍ମ୍ରୁତି ଚାରଣ କରିଥିଲେ। ଏହାପରେ ଆୟୋଜିତ ଶୋଭାଯାତ୍ରାକୁ ଅତିଥି ମାନେ ସବୁଜ ପତାକା ଦେଖାଇ ଉଦଘାଟନ କରିଥିଲେ।

ଏହି ଶୋଭାଯାତ୍ରାରେ ବିଦ୍ଯାଳୟର ଛାତ୍ରଛାତ୍ରୀ ମାନେ ଭାରତମାତା, ରାଣୀ ଲକ୍ଷ୍ମୀବାଇ,ନେତାଜୀ ସୁବାଷ ଚନ୍ଦ୍ର ବୋଷ, ଭିମୀ ରାଓ ଆମ୍ବେଦକର,ଲାଲବାହାଦୁର ଶାସ୍ତ୍ରୀ, ନେହେରୁ, ଗାନ୍ଧୀ, ଗୋପବନ୍ଧୁ,ବିବେକାନନ୍ଦ, ରାମକୃଷ୍ଣ ପରମହଂସ, ମାଆ ସାରଦା ଦେବୀ ଆଦି ଅନେକ ମହାପୁରୁଷ ମାନଙ୍କ ବେଶ ହୋଇ ଯୋଗଦେଇ ଥିଲା ବେଳେ ସ୍କାଉଟ୍ ଗାଇଡ୍ ଓ ଜୁନିଅର ରେଡ୍ କ୍ରସ ର ଛାତ୍ରଛାତ୍ରୀ ମାନେ ଶୋଭାଯାତ୍ରାରେ ଭାଗନେଇ ଥିଲେ।

ନେତାଜୀଙ୍କ ବୀର ବାଣୀ ସଂଗୀତର ଝଙ୍କାରରେ ଶୋଭାଯାତ୍ରା ପ୍ରକମ୍ପିତ ହୋଇଥିଲା। ମୁଥାଗାଡିଆ ଗ୍ରାମ ପଞ୍ଚାୟତ ଓ ଭାଟସାହି ଗ୍ରାମ ପଞ୍ଚାୟତର ସମସ୍ତ ଗ୍ରାମ ଗୁଡିକୁ ଶୋଭାଯାତ୍ରା ପରିକ୍ରମା କରିଥିଲା।ବହୁ ଗ୍ରାମର ଗ୍ରାମବାସୀ ମାନେ ଶୋଭାଯାତ୍ରାକୁ ବନ୍ଦାପନା କରି ସ୍ବାଗତ କରିଥିଲେ। ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରର ଏହି ସାଧୁ ଉଦ୍ଯମକୁ ଜନସାଧାରଣ ବେଶ୍ ପ୍ରଶଂସା କରିଥିଲେ।

ନୟାଗଡ ରୁ ବିକ୍ରମ ସ୍ବାଇଁ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *