ଦଶପଲ୍ଲା ଥାନା ପରିସରରେ ନୂତନ ଆଇନ୍ ସଚେତନତା ପରାମର୍ଶ ଶିବିର ଅନୁଷ୍ଠିତ।

ନୟାଗଡ଼ ;ତା-୧୫/୦୫(ବିଏମସି ଟିଭି ଓଡ଼ିଆ)

ଦଶପଲ୍ଲା ପୋଲିସ ପକ୍ଷରୁ ନୂତନ ଆଇନ ସଚେତନତା କାର୍ଯ୍ୟକ୍ରମ ଥାନା ପରିସରରେ ଅନୁଷ୍ଠିତ ହୋଇଯାଇଛି। ଥାନା ଅଧିକାରୀଣୀ ଅନିତା ସାହୁ ଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହିତ ସରକାରୀ ଓକିଲ ଦିଲ୍ଲୀପ କୁମାର ପଣ୍ଡା, ଓକିଲ କୃଷ୍ଣ ସିଠ,ଓକିଲ ବେଣୁଧର ନାୟକ ଉପସ୍ଥିତ ରହି ନୂତନ ଆଇନ ବିଷୟରେ ଆଲୋଚନା କରିବା ସହିତ ଗ୍ରାମ ମାନଙ୍କରେ କିପରି ଶାନ୍ତି ଶୃଂଖଳାର ସହିତ ଭାଇଚାରାକୁ ବଜାଇରଖି ଚଳିବା ଉପରେ ନିଜର ନିଜର ବକ୍ତବ୍ୟ ରଖି ଥିଲେ। ପୋଲିସକୁ ନ ଡରି ସଚ୍ଚୋଟର ସହିତ ଭାଇ ବନ୍ଦୁ ଙ୍କ ପରି ଚଳିବା ପାଇଁ କହିଥିଲେ । ମହିଳା ଓ ଶିଶୁ ଙ୍କ ପ୍ରତି ନୂତନ ଆଇନ ସଂପର୍କରେ ଆଲୋଚନା କରଯାଇଥିଲା। ଏହି କାର୍ଯ୍ୟକ୍ରମରେ ଦଶପଲ୍ଲା ର ବରିଷ୍ଠ ନାଗରିକ , ବୁଦ୍ଧିଜୀବି ଓ ବିଭିନ୍ନ ଗଣମାଧ୍ୟମ ର ପ୍ରତିନିଧି ମାନେ ଉପସ୍ଥିତ ଥିଲେ।

ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *