ଦଶପଲ୍ଲା ; ତା-୦୬/୦୩ ( ବିଏମସି ଟିଭି ଓଡିଆ)

ନୟାଗଡ ଜିଲ୍ଲା ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଡିହଗାଁ ପଞ୍ଚାୟତ ପରିସରରେ ଦଶପଲ୍ଲା ପୋଲିସ ଓ ମଧ୍ଯଖଣ୍ଡ ଫାଣ୍ଡି ପକ୍ଷରୁ ମିଳିତ ଭାବେ ନୂତନ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି।

ଏ ଅବସରରେ ଦଶପଲ୍ଲା ଥାନାରୁ ଜୟଚନ୍ଦ୍ର ଦଳେଇ, ଶରତ ବେହେରା ଓ ମଧ୍ୟଖଣ୍ଡ ଫାଣ୍ଡି ଅଧିକାରୀ ଧୀରେନ୍ଦ୍ର କୁମାର ପାତ୍ର ତଥା ସମସ୍ତ ଫାଣ୍ଡି କର୍ମଚାରୀ ଉପସ୍ଥିତ ରହି ନୂତନ ଆଇନ ଭାରତୀୟ ନ୍ୟାୟ ସଂହିତା ବିଷୟରେ ଆଲୋଚନା କରିବା ସହିତ ନିଜର ବକ୍ତବ୍ୟ ରଖି ଥିଲେ। ମହିଳା ଓ ଶିଶୁ ଙ୍କ ପ୍ରତି ନୂତନ ଆଇନ ସଂପର୍କରେ ଆଲୋଚନା କରଯାଇଥିଲା।

ଏହି କାର୍ଯ୍ୟକ୍ରମ ରେ ଡିହଗାଁ ସରପଞ୍ଚ ବରୁଣ କୁମାର ପାତ୍ର ମଧ୍ୟ ଉପସ୍ଥିତ ଥିଲେ।ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକ, ମହିଳା , ବୁଦ୍ଧିଜୀବି ଓ ଗଣମାଧ୍ୟମ ର ପ୍ରତିନିଧି ମାନେ ଉପସ୍ଥିତ ଥିଲେ।

ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡିଶା।