ନୟାଗଡ ; ତା-୨୧/୦୧(ବିଏମସି ଟିଭି ଓଡ଼ିଆ)
ଦଶପଲ୍ଲା ଏନଏସିର ନୂତନ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ଅବିନାଶ ମହାନ୍ତି ମଙ୍ଗଳବାର ଦିନ କାର୍ଯ୍ୟରେ ଯୋଗ ଦେଇଛନ୍ତି ।ଦାୟିତ୍ଵ ଗ୍ରହଣ ସମୟରେ ଏନ୍ଏସିର କର୍ମଚାରୀ ମାନେ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ ।

ଏଥି ପୂର୍ବରୁ ଶ୍ରୀ ମହାନ୍ତି ଆଠମଲ୍ଲିକ ଏନ୍ଏସିରେ ଦାୟିତ୍ଵ ସମ୍ପାଦନ କରୁଥିଲେ ।ସୁଚନା ଯୋଗ୍ୟ ଯେ, ଦୀର୍ଘ ଦିନ ଧରି ଏନ୍ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ପଦବୀ ଖାଲି ପଡ଼ିଥିବା ବେଳେ ୨୦୨୪ ଫେବୃଆରୀରୁ ଦଶପଲ୍ଲା ଅତିରିକ୍ତ ତହସିଲଦାର ଚନ୍ଦ୍ର ଶେଖର ବାରିକ ଏନ୍ଏସିର ଭାରପ୍ରାପ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ସୁଚାରୁରୂପେ ଦାୟିତ୍ଵ ସମ୍ପାଦନ କରି ଆସୁଥିଲେ ।

ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡିଶା।