ନର୍ସିଂ କଲେଜରେ ନୂତନ ଛାତ୍ରୀଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା

ସମ୍ବଲପୁର ;ତା-୦୪/୦୨(ବିଏମସି ଟିଭି ଓଡିଆ)

ଆଦିବାସୀ ସାମାଜିକ ଓ ସାଂସ୍କୃତିକ ପରିଷଦ ଦ୍ବାରା ପରିଚାଳିତ ବାଳମତି-ଦେହୁରୀ ନର୍ସିଂ କଲେଜରେ ନୂତନ ବର୍ଷରେ ନାମ ଲେଖାଇଥିବା ଛାତ୍ରୀ ମାନଙ୍କୁ ଏକ ଭବ୍ୟ ଉତ୍ସବରେ ସ୍ଵାଗତ ଓ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏହି ଉଦ୍ଦେଶ୍ୟରେ ପୂର୍ବତନ ବିଧାୟକ ତଥା କଲେଜର ନିର୍ଦେଶକ ବୃନ୍ଦାବନ ମାଝୀଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ କୁଚିଣ୍ଡା ଉପଖଣ୍ଡର ଏସ.ଡି.ଏମ.ଓ. ଡ଼ାକ୍ତର  ସୁବୋଧ ନାୟକ

ମୁଖ୍ୟ ଅତିଥି, ଅବସର ପ୍ରାପ୍ତ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ନାୟକ ମୁଖ୍ୟବକ୍ତା , ଡ଼ାକ୍ତର ସତ୍ୟବ୍ରତ ଦୋରା, ପୂର୍ବତନ ବ୍ଲକ ଅଧ୍ୟକ୍ଷ କରୁଣା କର କିଶାନ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ମାନବ ସେବା ମାଧବ ସେବା ବୋଲି କହିଥିଲେ । ଶେଷରେ ଅଧ୍ୟକ୍ଷ ସିଲକୀ ମାହାକୁଲ ଧନ୍ୟବାଦ ଅର୍ପଣ କରିଥିଲେ ।ଏହା ପରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।


ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।

Leave a Reply

Your email address will not be published. Required fields are marked *