ନୟାଗଡ ; ତା-୧୫/୦୨(ବିଏମସି ଟିଭି ଓଡ଼ିଆ)
ନୟାଗଡ ଜିଲ୍ଲା ଦଶପଲ୍ଲା ବ୍ଲକ ତଥା ଏନ ଏ ସି ରେ ଦିନକୁ ଦିନ ପ୍ରଗତି ଆଡ଼କୁ ମାଡି ଚାଲିଛି। ତେବେ ଜନସଂଖ୍ୟା ଓ ଚାକିରିଆ ଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଅନେକ ବ୍ୟକ୍ତି ବିଶେଷ ଦଶପଲ୍ଲା ଅଞ୍ଚଳରେ ଘରଟିଏ କରି ରହିବାକୁ ମନସ୍ଥ କରୁଛନ୍ତି। ଏହା କୁ ଦୃଷ୍ଟି ରେ ରଖି ଦଶପଲ୍ଲା ରେ ସିମେଣ୍ଟ ଇଟା ର ଚାହିଦା ଧିରେ ଧିରେ ବଢ଼ିବାରେଲାଗିଛି। ଏହି ପରୀପେଖିରେ ଦଶପଲ୍ଲା ଏନ ଏ ସି ଅନ୍ତର୍ଗତ ଅନ୍ଧାରକୋଟ ନିକଟସ୍ତ ଯୋଗିବନ୍ଧ ରୋଡ଼ ପାର୍ଶ୍ୱଠାରେ “ମା ଇଣ୍ଡଷ୍ଟ୍ରିଜ”ନାମକ ଏକ ସିମେଣ୍ଟ ଇଟା ତିଆରି କାରଖାନା ବୁଧବାର ଦିନ ଅନୁଷ୍ଠାନିକ ଭାବେ ପୂଜା ବିଦ୍ଧି କରାଯାଇ ଏନ ଏ ସି ଅଧ୍ୟକ୍ଷା ପୁନମ୍ ପ୍ରିୟଦର୍ଶିନୀ, ବ୍ଲକ ଅଧ୍ୟକ୍ଷା ସୁନନ୍ଦା ସାହୁ ଙ୍କ ସହିତ ପୂର୍ବତନ ଏନ ଏ ସି ଅଧ୍ୟକ୍ଷା ବବିତା ସାହୁଙ୍କ ମିଶ୍ରିତ କରକୋମଳରେ ଶୁଭାରମ୍ଭ କରାଯାଇଛି। ସୁଶାନ୍ତ କୁମାର ସାହୁ, ବିରଞ୍ଚି ସାହୁ ଓ ଅତନୁ ସାହୁ ଙ୍କ ଅବଦାନ ରେ ଏହା ଗଠିତ ହୋଇଛି।ଏଠାରେ ସୁଲଭ ମୂଲ୍ୟରେ ଲୋକଙ୍କୁ ଏହି ସିମେଣ୍ଟ ଇଟା ମିଳିବ ବୋଲି ଏହାର ମାଲିକ ମତ ରଖିଛନ୍ତି।
ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।