ନର୍ସିଂ କଲେଜରେ ବିଶ୍ୱ ସେବିକା ଦିବସ ସହ ବାର୍ଷିକୋତ୍ସବ ପାଳିତ



ସମ୍ବଲପୁର:ତା.୧୨/୦୫(ବିଏମସି ଟିଭି ଓଡିଆ)



କୁଚିଣ୍ଡା ସ୍ଥିତ ଆଦିବାସୀ ଭବନ ପରିସରରେ ବାଲମତୀ-ଦେହୁରୀ ନର୍ସିଂ କଲେଜ ପକ୍ଷରୁ ବିଶ୍ୱ ସେବିକା ଦିବସ ସହ ଅନୁଷ୍ଠାନର ବାର୍ଷିକୋତ୍ସବ ମଧ୍ୟ ପାଳିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ସମାଜସେବୀ ସୁବାସ ଚନ୍ଦ୍ର ନାୟକ ଙ୍କ ସଭାପତିତ୍ବରେ ଆୟୋଜିତ ଏହି ଉତ୍ସବରେ ବରିଷ୍ଠ ଡ଼ାକ୍ତର ଶରତ ଚନ୍ଦ୍ର ଗୌନ୍ତିଆ ଉଦ୍‌ଘାଟନ କରିଥିଲେ । କୁଚିଣ୍ଡା ଉପଖଣ୍ଡର ଏସଡିଏମଓ ଡ଼ାକ୍ତର ସୁବୋଧ କୁମାର ନାୟକ ମୁଖ୍ୟ ଅତିଥି ଓ ଡ଼ାକ୍ତର ସତ୍ୟବ୍ରତ ଦୋରା ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ବିଶ୍ୱ ସେବିକା ଦିବସର ମାହାତ୍ମ୍ୟ ସମ୍ପର୍କରେ ଉଦ୍‌ବୋଧନ ଦେବା ସହ ସେବିକା ବୃତ୍ତି ଏକ ମହାନ୍ ବୃତ୍ତି ବୋଲି ପ୍ରକାଶ କରିଥିଲେ । ଅନୁଷ୍ଠାନର ନିର୍ଦ୍ଦେଶକ ପୂର୍ବତନ ବିଧାୟକ ବୃନ୍ଦାବନ ମାଝୀ ବାର୍ଷିକ ବିବରଣୀ ଉପସ୍ଥାପନା କରିବା ସହ ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ କହିଥିଲେ। ଅନୁଷ୍ଠାନର ଅଧ୍ୟକ୍ଷା ସିଲିକି ମହାକୁଲ ସ୍ଵାଗତ ଭାଷଣ ଓ ଅଧ୍ୟାପିକା ସାଲିନା ପଟେଲ  ଅତିଥି ପରିଚୟ ପ୍ରଦାନ କରିଥିଲେ । କୁଚିଣ୍ଡାର ଜଣେ ଅଗ୍ରଣୀ ସେବୀକା ନିନା ପଟେଲ ଏହି ଅବସରରେ ସମସ୍ତ ଜିଏନ୍‌ଏମ୍ ଛାତ୍ରୀ ମାନଙ୍କୁ ଟୋପି ପ୍ରଦାନ କରିବା ସହ ଉତ୍ସର୍ଗୀକୃତ ଭାବରେ କାର୍ଯ୍ୟ କରିବାକୁ ଶପଥ ପାଠ କରାଇଥିଲେ । ମୁଖ୍ୟଅତିଥି ଡ. ନାୟକ ବିଗତ ବର୍ଷର ଟପ୍ପର  ହୋଇଥିବା ଛାତ୍ରୀ ସୁମିତା ଟପୋଙ୍କୁ ଅଙ୍ଗବସ୍ତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରିଥିଲେ । ଏହା ବ୍ୟତୀତ ଫ୍ଲୋରେନ୍ସ ନାଇଟିଙ୍ଗେଲଙ୍କ ଜୀବନୀ ଉପରେ ବକ୍ତୃତା ପ୍ରତିଯୋଗିତା, ମଦର ଟେରେସାଙ୍କ ଉପରେ ପ୍ରବନ୍ଧ ପ୍ରତିଯୋଗିତା, ନାଚ ,ଗୀତ ଓ ମେହେନ୍ଦି ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପ୍ରମାଣ ପତ୍ର ଓ ମେଡେଲ ଦେଇ ଅତିଥି ଗଣ ପୁରସ୍କୃତ କରିଥିଲେ । ଛାତ୍ରୀ ସୋକିନି ମହାନନ୍ଦିଆ ଓ ନିଳୀମା ମିର୍ଦ୍ଧା ଙ୍କ ପରିଚାଳନାରେ ଛାତ୍ରୀମାନେ ଅତିଥିଗଣଙ୍କ ସହ ଅନୁଷ୍ଠାନର କର୍ମକର୍ତ୍ତା, ଅଧ୍ୟକ୍ଷା ଓ ଅଧ୍ୟାପିକା, ଅଧ୍ୟାପକ ତଥା ଅଣ ଶିକ୍ଷକ କର୍ମଚାରୀମାନଙ୍କୁ ଅଙ୍ଗବସ୍ତ୍ର ଓ ଫୁଲ ତୋଡା ଦେଇ ସମ୍ମାନିତ କରି ଥବା ବେଳେ ତାଙ୍କରି ସଂଯୋଜନାରେ ହିଁ ଆକର୍ଷଣୀୟ ନାଟକ ଓ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ।ଶେଷରେ ଅଧ୍ୟାପିକା ତନୁଶ୍ରୀ ସେଠ ଧନ୍ୟବାଦ୍ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅଧ୍ୟାପିକା ପଲ୍ଲବୀ ତଣ୍ଡିଆ ଓ ଅଧ୍ୟାପକ ପ୍ରଦୀପ କୁମାର ଦାସଙ୍କ ସଂଯୋଜନାରେ ଫ୍ଲୋରେନ୍ସ ନାଇଟିଙ୍ଗେଲ ଓ ମଦର ଟେରେସାଙ୍କ ଜୀବନୀ ଆଧାରିତ ସ୍ଵାଗତ ସଙ୍ଗୀତ ଓ ସ୍ଵାଗତ ନୃତ୍ୟ ମାଧ୍ୟମରେ ଛାତ୍ରୀମାନେ ସମସ୍ତଙ୍କୁ ସ୍ଵାଗତ କରିଥିଲେ ।



ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଆ।

Leave a Reply

Your email address will not be published. Required fields are marked *