ଢେଙ୍କାନାଳ ;ତା-୧୧/୦୪(ବିଏମସି ଟିଭି ଓଡ଼ିଆ)
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ବିଜୁ ସଭା ଗୃହ ଠାରେ ତା୧୧/୪/୨୦୨୫ରିଖ ସନ୍ଧ୍ୟା ୬ ଘଟିକା ସମୟରେ ଉପଖଣ୍ଡ ସ୍ତରୀୟ ଓଡ଼ିଆ ପକ୍ଷ ପାଳନ ଯୁବ ଲେଖକ ସମ୍ମିଳନୀ ଓଡିଆ କବିତା ପାଠ ଉତ୍ସବ ଗୋଷ୍ଠୀ ଉନ୍ନୟନ ଅଧିକାରୀ କଲ୍ୟାଣ ସୌରଭ ଦାସ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉପଜିଲ୍ଲାପାଳ ପ୍ରଭାସ କୁମାର ବେହୁରା ଓ ଏନ୍ ଏ.ସି ନିର୍ବାହୀ ଅଧିକାରୀ ରାଜୀବ ଲୋଚନ ବେହେରା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଥିଲେ ।ଏହି କାର୍ଯ୍ୟକ୍ରମରେ ହିନ୍ଦୋଳ ଉପଖଣ୍ଡ ରୁ ବିଭିନ୍ନ ଅଂଚଳରୁ ଅନେକ ଯୁବ କବି ଓ କବୟିତ୍ରୀ ମାନେ ଯୋଗ ଦେଇ କବିତା ପାଠ କରିଥିଲେ ଏହି କବି ମାନଙ୍କ ଭିତରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ କଲ୍ୟାଣ ସୌରଭ ଦାସ ପୁରୁଣା ଅତୀତ କୁ ମନେ ପକାଇବା ପାଇଁ ଯେଉଁ ଚିଠି ଆଗରୁ ବ୍ୟବହାର କରାଯାଉଥିଲା ତାହା ଉପରେ କିଛି କହିଥିଲେ ଓ ମୁଖ୍ୟ ଅତିଥି ଉପଜିଲ୍ଲାପାଳ ପ୍ରଭାସ କୁମାର ବେହୁରା ଓଡ଼ିଆ ପକ୍ଷ ପାଳନ ବିଷୟ ରେ ଅନେକ ଉଦାହରଣ ମାଧ୍ୟମରେ ଓଡିଆ ସଂସ୍କୃତି ବଜାୟ ରହିବ ତାହା ଉପରେ ଆଲୋକପାତ କରିଥିଲେ ଏବଂ କବିତା ପାଠ କରିଥିବା କବି ଓ କବୟତ୍ରି ମାନଙ୍କୁ ମୁଖ୍ୟ ଅତିଥି ଉପଜିଲ୍ଲାପାଳ ଓ ଅନ୍ୟ ଅତିଥି ମାନଙ୍କ ଦ୍ଵାରା ମାନପତ୍ର ପ୍ରଦାନ କରାଯାଇଥିଲା।
ଢେଙ୍କାନାଳ ରୁ ଜିଲ୍ଲା ପ୍ରତିନିଧି ବିଭୁ ପ୍ରସାଦ ଶତପଥୀଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।