ଦିଲ୍ଲୀ ଛାତ୍ର ପରିଷଦ ନିର୍ବାଚନରେ ଓଡ଼ିଆଙ୍କ ବାଜିମାତ୍।

ସମ୍ବଲପୁର :ତା.୩୦/୦୩(ବିଏମସି ଟିଭି ଓଡିଆ)

ନୂଆଦିଲ୍ଲୀ ସ୍ଥିତ ଶ୍ରୀ ଲାଲ ବାହାଦୁର ଶାସ୍ତ୍ରୀ ରାଷ୍ଟ୍ରୀୟ ସଂସ୍କୃତ ବିଶ୍ବବିଦ୍ୟାଳୟର ଦୀର୍ଘ ୩୦ ବର୍ଷ ପରେ ଛାତ୍ର ପରିଷଦ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଏଥରେ ମୋଟ ୨ ପଦବୀରେ ୨ ଓଡ଼ିଆ ଛାତ୍ର ବାଜିମାତ୍ ମାରିଛନ୍ତି।ସମ୍ବଲପୁର ଜିଲ୍ଲା ପଡିଆବାହାଲର ଛାତ୍ରନେତା ସୌମ୍ୟରଞ୍ଜନ ବଡ଼ପଣ୍ଡା ପିପିଏଚଡି କାଉନସିଲର ଓ ଚନ୍ଦନ ରଣା ଶିକ୍ଷାଶାସ୍ତ୍ର କାଉନସିଲର ଭାବେ ନିର୍ବାଚନରେ ବିଜୟଲାଭ କରିଛନ୍ତି। ସୌମ୍ୟରଂଜନ କହିଛନ୍ତି ନିର୍ବାଚନ ପ୍ରଚାର ସମୟରେ ୧୫ ଟି ପ୍ରତିଶ୍ରୁତି ଥିଲା, ଯାହାକି ଏହି ସପ୍ତାହରୁ କାର୍ଯ ଆରମ୍ଭ ହେବ।ସୌମ୍ୟରଂଜନଙ୍କ ବିପକ୍ଷରେ ୫ ଜଣ ପ୍ରତିଦ୍ବନ୍ଦୀ ଉତ୍ତରପ୍ରଦେଶ, ହରିୟାଣା , ହିମାଚଳ ପ୍ରଦେଶ, ରାଜସ୍ଥାନ ଭଳି ବିଭିନ୍ନ ପ୍ରାନ୍ତରୁ ଥିଲେ । ସୌମ୍ୟରଂଜନ ବଡ଼ପଣ୍ଡା ବର୍ତ୍ତମାନ ଏହି ବିଶ୍ଵିଦ୍ୟାଳୟରେ ସଂସ୍କୃତ ସାହିତ୍ୟରେ ଗବେଷଣା ଓ ଚନ୍ଦନ ରଣା ସଂସ୍କୃତରେ ଶିକ୍ଷାଶାସ୍ତ୍ର କରୁଛନ୍ତି। ଛାତ୍ରନେତା ସୌମ୍ୟରଞ୍ଜନ ବଡ଼ପଣ୍ଡା ପୂର୍ବରୁ ଓଡିଶାରେ ପଢିବା ସମୟରେ ଏବିଭିପି ର ରାଜ୍ୟ ତଥା ରାଷ୍ଟ୍ରୀୟ ସ୍ତରରେ ପ୍ରମୁଖ ଦାୟିତ୍ୱ ତୁଲାଇ ସାରିଛନ୍ତି। ବର୍ତ୍ତମାନ ସେ ବିଶ୍ଵବିଦ୍ୟାଳୟରେ ଏବିଭିପି ୟୁନିଟରେ ମଧ୍ୟ ଦାୟିତ୍ବରେ ଅଛନ୍ତି।

ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।

Leave a Reply

Your email address will not be published. Required fields are marked *