ଓଡିଶା ଆଦର୍ଶ ବିଦ୍ୟାଳୟର ବାର୍ଷିକୋତ୍ସବ ସମାପିତ।

ସମ୍ବଲପୁର;ତା-୨୩/୧୨(ବିଏମସି ଟିଭି ଓଡିଆ )

ବରପାଲି ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଆୟୋଜିତ ବାର୍ଷିକ ଉତ୍ସବ ସମାପନ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ପ୍ରଦୀପ କୁମାର ହୋତା, ଅଧ୍ୟକ୍ଷ, ଗଜବନ୍ଧ ମହାବିଦ୍ୟାଳୟ ଯୋଗଦେଇ କାର୍ଯ୍ଯକ୍ରମକୁ ଉଦଘାଟନ କରିଥିଲେ। ସମ୍ମାନୀତ ଅତିଥି ଭାବେ ରତ୍ନ କୁମାର ଭୋଇ
ଅତିରିକ୍ତ ଶିକ୍ଷାଧିକାରୀ, ମନୋଜ ବାରିକ
ପ୍ରଧାନ ଶିକ୍ଷକ, ଗଙ୍ଗାଧର ମେହେର ଏନ୍ ଏ ସି ବିଦ୍ୟାଳୟ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ସତ୍‌ଶିକ୍ଷା ମୂଳକ ଜ୍ଞାନ ଆହାରଣ ସମ୍ପର୍କରେ ପରାମର୍ଶ ପ୍ରଦାନ କରିଥିଲେ। ସନ୍ତୋଷ ସାହୁ ,ଅଧ୍ୟକ୍ଷ, ଓଡ଼ିଶା ଆଦର୍ଶ ବିଦ୍ୟାଳୟଙ୍କ ଅଧ୍ଯକ୍ଷତାରେ କାର୍ଯ୍ଯକ୍ରମ ପରିଚାଳିତ ହୋଇଥିଲା। ଏନ୍ ପି ଶ୍ରୀଦେବୀ ଇଂରାଜୀ ଶିକ୍ଷୟତ୍ରୀଙ୍କ ସଂଯୋଜନାରେ ସଭାକାର୍ଯ୍ଯ ପରିଚାଳିତ ହୋଇଥିଲା।ଈଶ୍ୱର ଚନ୍ଦ୍ର ଗଡତିଆ, ସଂସ୍କୃତ ଶିକ୍ଷକ ଆଦର୍ଶ ବିଦ୍ୟାଳୟ, ଧନ୍ୟବାଦ ଅର୍ପଣ କରିଥିଲେ। ଏହି ପରିପ୍ରେକ୍ଷୀରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା।

ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।

Leave a Reply

Your email address will not be published. Required fields are marked *