ଆନନ୍ଦପୁର ; ତା-୦୧/୦୪ ( ବିଏମସି ଟିଭି ଓଡ଼ିଆ)

ଆଜି ଏପ୍ରିଲ ଏକ ତାରିଖ (ନବେତମ )ଉତ୍କଳ ଦିବସ ପାଳୁଛି ସାରା ଓଡ଼ିଶା , ଏହି ଉତ୍କଳ ଦିବସ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଜିଲ୍ଲାପାଳ ସଭାଗୃହରେ ଅନୁଷ୍ଠିତ ହୋଇଥିଲା । ଏହି ଉତ୍କଳ ଦିବସ ରେ ଦେଶପାଇଁ ଯେଉଁ ବଦାନ୍ୟ ମହାପୁରୁଷ ମାନେ ଦେଶପାଇଁ ବଳିଦାନ କରିଥିଲେ ଦେଶକୁ ସ୍ୱାଧୀନତା କରିଛନ୍ତି । ଆଜି ଓଡିଆ ମାଟିର ବୀରପୁତ୍ରକଥା ଓଡିଶା ବାସୀ ମନେ ପକେଇ ଥାନ୍ତି ।

ଏହି ସଭା କାଯ୍ୟକ୍ରମରେ ସଭାର ସଭାପତିତ୍ବ ଆନନ୍ଦପୁର ଉପଖଣ୍ଡର ଉପଜିଲ୍ଲା ପାଳ ନୀଳମାଧବ ସୁନା, ଆନନ୍ଦପୁର ଉପଖଣ୍ଡ ଚିକିତ୍ସା ଅଧିକାରୀ ଧନେଶ୍ୱର ସେଠି, ଘସିପୁରା ତସିଲଦାର ଅଭୟ କୁମାର ସ୍ୱାଇଁ, ଆନନ୍ଦପୁର ବିଡ଼ିଓ ମନୋଜ କୁମାର ମହାନ୍ତ, ଆନନ୍ଦପୁର ତହସିଲଦାର ଡ଼ଃ ପ୍ରିୟଦର୍ଶିନୀ ପଲ୍ଲବୀ ମଧ୍ୟ ଯୋଗ ଦେଇଥିଲେ। ରେକୁଟିଆ ମହାବିଦ୍ୟାଳୟ ର ଅଧ୍ୟାପକ ବିଜୟ କୁମାର ସାହୁ, ଉପସ୍ଥିତ ରହି ସଭାକାଯ୍ୟ କରିଥିଲେ । ସଭା କାଯ୍ୟକ୍ରମ ରେ କୃତିତ୍ୱ ଛାତ୍ର ଛାତ୍ରୀ ମାନଙ୍କୁ ମାନ ପତ୍ର ଦେବା ସହ ପୁରସ୍କାର ବିତରଣ କରିଥିଲେ ।

ଆନନ୍ଦପୁରରୁ ଜିଲ୍ଲା ପ୍ରତିନିଧି କୈଳାସ ଚନ୍ଦ୍ର ନାୟକ ଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।
