ଗଞ୍ଜାମ ;ତା-୨୫/୦୨(ବିଏମସି ଟିଭି ଓଡ଼ିଆ)
ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଚାଲୁଥିବା ୬ ଦିନିଆ ଆନ୍ତଃ ବିଶ୍ଵବିଦ୍ୟାଳୟ ସାହିତିକ୍ୟ ଓ ସାଂସ୍କୃତିକୁ ପ୍ରତିଯୋଗିତା ଉଦଯାପିତ ।ଓଡ଼ିଶା ଆନ୍ତଃ ବିଶ୍ଵବିଦ୍ୟାଳୟ ସାହିତିକ୍ୟ ଓ ସାଂସ୍କୃତିକୁ ପ୍ରତିଯୋଗିତା ଓଡିଶା ସରକାର ପ୍ରଚେଷ୍ଟା ମାନ୍ୟବର କୁଳପତି ପ୍ରଫେସର ଗୀତାଞ୍ଜଳି ଦାସଙ୍କ ପ୍ରତ୍ୟେକ୍ଷ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମ ଅତି ଉତ୍ତମ ପରିଚାଳନା ସହ ଅୟୋଜନ ହୋଇଯାଇଛି । ଉଦଯାପନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ISER ମୁଖ୍ୟ ପ୍ରଫେସର ଅଶୋକ କୁମାର ଗାଙ୍ଗୁଲି , ବରେଣ୍ୟ ଅତିଥି ଭାବରେ , କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, କୋରାପୁଟ ପୂର୍ବତନ କୁଳପତି ତଥା ୟୁନିଭରସିଟି ଗ୍ରାଣ୍ଡ ମେମ୍ୱର ପ୍ରଫେସର ସଚ୍ଚିଦାନନ୍ଦ ମାହାନ୍ତି,ସଭାପତି ଭlବେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ର କୁଳପତି ପ୍ରଫେସର ଗୀତାଞ୍ଜଳି ଦାସ, ମଞ୍ଚାସିନ ଥିଲେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ସ୍ନାତକୋତ୍ତର ପରିଷଦ ର ଅଧ୍ୟକ୍ଷ ପ୍ରଫେସର ସୁକାନ୍ତ କୁମାର ତ୍ରିପାଠୀ ଅତିଥି ପରିଚୟ ପ୍ରଦାନ ଓ ସ୍ଵାଗତ ଅଭିଭାଷାଣ ପ୍ରଦାନ କରିଥିଲେ। କୁଳସଚିବ ଶ୍ରୀ ସଚ୍ଚିଦାନନ୍ଦ ନାୟକ,ସଂପାଦକୀୟ ପଠନ କରିଥିଲେ (ସାହିତ୍ୟକ ପ୍ରତୀଯୋଗିତା)- ଡକ୍ଟର ସମୀର ଭୋଇ ,ସଂପାଦକୀୟ ପଠନ କରିଥିଲେ। (ସାଂସ୍କୃତିକୁ ପ୍ରତିଯୋଗିତା)ଡକ୍ଟର ସରିତା ଦାସ ନିଜର ବିବରଣୀ ଉପସ୍ଥାପନା କରିଥିଲେ ।

ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗ ଦ୍ବାରା ପ୍ରସ୍ତୁତ ଦୈନିକ ପତ୍ରିକା ଓଆଇୟୁସି ୨୦୨୫ଉନ୍ମୋଚନ ହୋଇଥିଲା ପରବର୍ତୀ ସମୟର ବିଭିନ୍ନ ବିଭାଗରେ ହୋଇଥିବା ପ୍ରତିଯୋଗିତାରେ କୃତିତ୍ଵ ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ଡ଼ଃ ସାରଦା ପ୍ରସାଦ ସାହୁ ମଞ୍ଚ ପରିଚାଳନା କରିଥିବା, ନୋଡାଲ ଅଧିକାରୀ ଡକ୍ଟର ସଦାନନ୍ଦ ନାୟକ ଏହି କାର୍ଯ୍ୟକ୍ରମକୁ ବିଶ୍ବବିଦ୍ୟାଳୟ ର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଙ୍କ ସହ ଛାତ୍ର ଛାତ୍ରୀ ମାନଙ୍କ ସକ୍ରିୟ ଅଂଶଗ୍ରହଣ ଓ ପରିଚାଳନା ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ। ରାଜ୍ୟ ସ୍ତରୀୟ ଏହି ପ୍ରତିଯୋଗିତାରେ ଆୟୋଜନ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କ୍ଷୁଦ୍ର ନାଟକ, ଦଳଗତ ଲୋକନୃତ୍ୟ, ଆଧୁନିକ ନୃତ୍ୟ, ଓଡ଼ିଆ ବକୃତା, ରଚନା, ବାଦ୍ୟ ଯନ୍ତ୍ର ପରିବେଷଣ ରେ ଉଲ୍ଲେଖନୀୟ ପଦର୍ଶନ କରିଥିଲେ। ସଫଳ ଆୟୋଜନ ଯୋଗୁଁ ଆୟୋଜକ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟକୁ ଅନ୍ୟ ବିଶ୍ୱବିଦ୍ୟାଳୟ ପ୍ରତିନିଧି ଦଳ ଶୁଭେଚ୍ଛା ଓ ଧନ୍ୟବାଦ ଜଣାଇଛନ୍ତି ।

ଗଞ୍ଜାମ ରୁ ନିମାଇଁ ଚରଣ ପଣ୍ଡା ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।