ନୟାଗଡ ; ତା-୧୧/୦୨(ବିଏମସି ଟିଭି ଓଡ଼ିଆ)
ନୟାଗଡ ଜିଲ୍ଲା ଗଣିଆ ବ୍ଲକ ଅନ୍ତର୍ଗତ କିଶୋର ଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ “ନିପୁଣ ଓଡିଶା ମେଳା ” ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଗଣିଆ ପଞ୍ଚାୟତ ସମିତି ଅଧ୍ୟକ୍ଷା ଝୁନା ଜେନା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ନରେଶ ବେହେରା,ସମିତି ସଭ୍ୟ ଫକୀର ମୋହନ ଡାକୁଆ,ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ରବୀନ୍ଦ୍ର ନାଥ ବେହେରା, କିଶୋର ଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ନିହାରବାଳା ରାଉତ,ନିରୁପମା ମହାପାତ୍ର,ବିନୋଦିନୀ ପଣ୍ଡା ଆଦି ଯୋଗ ଦେଇଥିଲେ।

ମୁଖ୍ୟ ବକ୍ତା ଭାବେ ଜିଲ୍ଲା ପ୍ରଶିକ୍ଷଣ ଶିକ୍ଷା ଅନୁଷ୍ଠାନ, ରାଜସୁନାଖଳା ର ବରିଷ୍ଠ ଶିକ୍ଷକ ମାନସ କୁମାର ସାହୁ ଯୋଗ ଦେଇଥିଲେ। ଗୋଷ୍ଠୀ ଶିକ୍ଷାଧିକାରୀ ରବୀନ୍ଦ୍ର ନାଥ ରାଉତରାୟ ଙ୍କ ସଭାପତିତ୍ୱ ରେ ସଭା କାର୍ଯ୍ୟ ସମ୍ପାଦିତ ହୋଇଥିଲା।ଆଖପାଖ ର ଅନେକ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ତଥା ଅଭିଭାବକ ବୃନ୍ଦ ଯୋଗ ଦେଇଥିଲେ। ସମସ୍ତ ସି ଆର ସି ସି ଏଥିରେ ପୂର୍ଣ୍ଣ ସହଯୋଗ କରିଥିଲେ। ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ପାଇଁ ଶିକ୍ଷା ଉପକରଣ ମାନ ପ୍ରଦାନ କରାଯାଇଥିଲା।

ଦଶପଲ୍ଲା /ଗଣିଆ ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡିଶା।