ପୁରୁଣାପାଣି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ପାଳିତ।

ସମ୍ବଲପୁର;ତା-୨୮/୦୨(ବିଏମସି ଟିଭି ଓଡିଆ)

ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ୍ ଅନ୍ତର୍ଗତ ପୁରୁଣାପାଣି ସ୍ଥିତ ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ କଲ୍ୟାଣୀ ସୋହେଲାଙ୍କ ସଭାପତିତ୍ବରେ ଆୟୋଜିତ ଏହି ଉତ୍ସବରେ ଶିକ୍ଷାବିତ୍ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଛାତ୍ରଛାତ୍ରୀ ଓ ଅଭିଭାବକ ଗଣ ବୈଜ୍ଞାନିକ ଚିନ୍ତନମୟ ହେବାକୁ ବିଭିନ୍ନ ଉଦାହରଣ ଓ କାହାଣୀ ମାଧ୍ୟମରେ ଆହ୍ବାନ ଦେଇଥିଲେ। ଅନ୍ୟମାନଙ୍କ ଭିତରେ ସମ୍ମାନିତ ଅତିଥି ଭାବରେ ସରପଞ୍ଚ ନଳିନୀ କିସାନ , ସମିତି ସଭ୍ୟା କୁନି କିସାନ ଓ ସ୍କୁଲ ପରିଚାଳନା କମିଟି ସଭାପତି ପର୍ଶୁରାମ ମହାନନ୍ଦିଆ ଯୋଗ ଦେଇଥିଲେ । ପ୍ରାରମ୍ଭରେ ଅତିଥିଗଣ ବୀର ସୁରେନ୍ଦ୍ର ସାଏଙ୍କ ତିରୋଧାନ ଅବସରରେ ତାଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ଥିବା ବେଳେ କାର୍ଯ୍ୟକ୍ରମ ଶେଷରେ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ ପ୍ରାରମ୍ଭରେ ଛାତ୍ରୀମାନେ ସ୍ଵାଗତ ସଙ୍ଗୀତ ଗାନ କରିଥିବା ବେଳେ ପ୍ରଧାନ ଶିକ୍ଷକ କଲ୍ୟାଣୀ ସୋହେଲା ବାର୍ଷିକ ବିବରଣୀ ପାଠ କରିଥିଲେ । କାର୍ଯ୍ୟକ୍ରମକୁ ସିଆରସି ସଞ୍ଜୟ ନାଗ ଓ ଶରତ କୁମାର ପଶାୟତ ସଂଯୋଜନା କରିଥିବା ବେଳେ ପୁରସ୍କାର ବିତରଣ କାର୍ଯ୍ୟକ୍ରମକୁ ଲକ୍ଷ୍ମୀ ନାରାୟଣ ନାଏକ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମକୁ ଆଦିତ୍ୟ ପଟେଲ, ସୈରେନ୍ଦ୍ରି ପଟେଲ, ତାରାକାନ୍ତୀ ବେହେରା ପ୍ରମୁଖ ଆୟୋଜନରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ ।

ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।

Leave a Reply

Your email address will not be published. Required fields are marked *