ସମ୍ବଲପୁର :ତା-୧୫/୦୬(ବିଏମସି ଟିଭି ଓଡିଆ)
ନିଜର ଜନ୍ମ ଦିନକୁ ଅଭିନବ ଢଙ୍ଗରେ ପାଳନ କରିଛନ୍ତି ଜଣେ ଯୁବ ସମାଜସେବୀ ଶୋଭନ ପୁରୋହିତ। ଜୁଯୋମୁରା ବ୍ଲକ୍ ଅନ୍ତର୍ଗତ ଡ଼ଙ୍ଗରପଡା ନିବାସୀ ଶୋଭନ ନିଜ ପରିବାର ବର୍ଗଙ୍କ ସହିତ ଧମା ପଂଚାୟତର ହୁମା ସ୍ଥିତ ବୀର ସୁରେନ୍ଦ୍ର ସାଏ ଜରାନିବାସ (ବୃଦ୍ଧାଶ୍ରମ) ଠାରେ ନିଜର ୩୩ ତମ ଜନ୍ମ ଦିନକୁ ଧୁମ୍ଧାମ୍ରେ ପାଳନ କରି ସମସ୍ତ ଅନ୍ତେବାସୀଙ୍କୁ ଅନ୍ନଭୋଜନରେ ଆପ୍ୟାୟିତ କରି ସେମାନଙ୍କଠାରୁ ଆଶୀର୍ବାଦ ଭିକ୍ଷା କରିଛନ୍ତି। ମାନବ ସେବା ହିଁ ମାଧବ ସେବା ଏହି ବାର୍ତ୍ତାକୁ ଶ୍ରେୟ ଦେଇ ଶୋଭନ ନିଜର ଜନ୍ମ ଦିନକୁ ଅନ୍ତେବାସୀଙ୍କ ସହିତ କଟାଇ ନିଜକୁ ସୌଭାଗ୍ୟ ମଣିଥିବା କହିଛନ୍ତି। ଏଥିରେ ଜରାଶ୍ରମର ମୁଖ୍ୟ ସତ୍ୟନାରାୟଣ ମେଣ୍ଡଳୀ ତାଙ୍କୁ ସହଯୋଗ କରିଥିଲେ।
ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।