ଅନ୍ତର୍ଜାତୀୟ ମହିଳା ଦିବସ ରେ ସୁଭଦ୍ରା ଯୋଜନାର ଦ୍ବିତୀୟ କିସ୍ତି ରେ ଏକ କୋଟି ମହିଳାଙ୍କୁ ୫ ହଜାର ଟଙ୍କା ଲେଖାଏଁ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ଢେଙ୍କାନାଳ ;ତା-୦୮/୦୩(ବିଏମସି ଟିଭି ଓଡ଼ିଆ)

ଅନ୍ତର୍ଜାତୀୟ ମହିଳା ଦିବସ ରେ ସୁଭଦ୍ରା ଯୋଜନାର ଦ୍ବିତୀୟ କିସ୍ତି ରେ ଏକ କୋଟି ମହିଳାଙ୍କୁ ୫ ହଜାର ଟଙ୍କା ଲେଖାଏଁ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ୮/୩/୨୦୨୫ ତାରିଖ ଦିନ ଢେଙ୍କାନାଳ ସ୍ଥିତ ପଲ୍ଲୀଶ୍ରୀ ପଡିଆ ଠାରେ ସୁଭଦ୍ରା ଯୋଜନାର ଦ୍ବିତୀୟ କିସ୍ତି ର ଶୁଭ ଉଦ୍ଘାଟନ ମୁଖ୍ୟ ଅତିଥି ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ଙ୍କ ଦ୍ଵାରା ଅନୁଷ୍ଠିତ ହୋଇଯାଇଛି । ଓ ଜିଲ୍ଲାପାଳ ସମସ୍ତ ମା ମାନଙ୍କୁ ଶୁଭେଚ୍ଛା ଜଣାଇ କନ୍ୟା ସନ୍ତାନ ପ୍ରାପ୍ତି ଅତ୍ୟନ୍ତ ସୁଖଦାୟୀ ଓ ମହତ୍ତ୍ୱପୂର୍ଣ୍ଣ ବୋଲି ମତବ୍ୟକ୍ତ କରିଥିଲେ ।ଜିଲ୍ଲାରେ ୧,୦୦୦(ଏକ ହଜାର )ପୁଅରେ ୮୮୦ ଆଠ ଶହ ଅଶି ଜଣ ଝିଅ ଜନ୍ମ ଗ୍ରହଣ କରୁଥିବାରୁ ମାଆ ମାନେ ଭ୍ରୁଣ ହତ୍ୟା ଭଳି ପାପ କାର୍ଯ୍ୟ ଠାରୁ ଦୂରେଇ ରହିବାକୁ ଅନୁରୋଧ କରିଥିଲେ ଓ କନ୍ୟା ସନ୍ତାନ ବୋଝ ନୁହେଁ ବରଂ ପରିବାର ପାଇଁ ଦେବୀ ସ୍ବରୂପା ଉପହାର ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ପୌରପାଳିକାର ଅଧ୍ୟକ୍ଷା ଜୟନ୍ତୀ ପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ ଓ ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠୀ ତାଙ୍କ ଅଭି ଭାଷଣରେ କହିଥିଲେ କି ଆର୍ଥିକ କ୍ଷେତ୍ରରେ ସସକ୍ତ ହେଲେ ସାମାଜିକ ସ୍ତରରେ ମହିଳାମାନଙ୍କ ଅବଦାନ ଅତୁଳନୀୟ । ଏହି କାର୍ଯ୍ୟ କ୍ରମରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଦୀପ୍ତି ରଞ୍ଜନ ସେଠୀ ସ୍ବାଗତ ଭାଷଣ ଦେଇଥିଲେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମିତା ଶର୍ମା ଉପସ୍ଥିତ ଥିଲେ ଏବଂ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରୀ ଓ ଅଙ୍ଗନୱାଡ଼ି କର୍ମୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ।ଶେଷରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅନୁରାଧା ଗୋସ୍ୱାମୀ ଧନ୍ୟବାଦ ଅର୍ପଣ କରିଥିଲେ ଓ ଅବନୀ ମିଶ୍ର ମଞ୍ଚ ସଂଯୋଜନା କରିଥିଲେ ।

ଢେଙ୍କାନାଳ ରୁ ଜିଲ୍ଲା ପ୍ରତିନିଧି ବିଭୁ ପ୍ରସାଦ ଶତପଥୀ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *