ସମ୍ବଲପୁର :ତା.୦୧/୦୪(ବିଏମସି ଟିଭି ଓଡିଆ)
କୁଚିଣ୍ଡା ବ୍ଲକ ଅନ୍ତର୍ଗତ ଅର୍ଡାବାହାଲ ସ୍ଥିତ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଓଡ଼ିଶା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏଥିରେ କଲେଜର ଅଧ୍ୟକ୍ଷ ରଞ୍ଜନ କୁମାର ନାୟକ ସଭାପତିତ୍ବ କରିଥିବା ବେଳେ ଅବସର ପ୍ରାପ୍ତ ଆଧ୍ୟକ୍ଷ ତଥା ସାହିତ୍ୟିକ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ସ୍ଥାନୀୟ କନ୍ୟାଶ୍ରମର ପ୍ରଧାନ ଶିକ୍ଷକ ହରିହର ନାଏକ ମୁଖ୍ୟବକ୍ତା ଓ ସାହିତ୍ୟିକ ଅଲେଖ କୁମାର ପତି ସମ୍ମାନିତ ବକ୍ତା ଭାବରେ ଯୋଗ ଦେଇଥିଲେ । ଏହି ଅବସରରେ ସୁସାହିତ୍ୟିକା ସୁସ୍ମିତା ପଟେଲଙ୍କ ଅଷ୍ଟମ ଉପନ୍ୟାସ ‘ନୀଳପରୀ ‘ର ଶୁଭ ଉନ୍ମୋଚନ କରାଯାଇଥିଲା । ଏହି ଅବସରରେ ସସ୍ମିତା ପଟେଲ ଓ ତାଙ୍କ ସ୍ଵାମୀ ସୁରତ ପଟେଲ ଙ୍କୁ ଉପଢୌକନ ଓ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା । ମାନପତ୍ରଟିକୁ ଅଧ୍ୟାପକ ହୃଦୟ ଚନ୍ଦ୍ର ପାଣିଗ୍ରାହୀ ପାଠ କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ କବି ପରମେଶ୍ବର ପଟେଲ, ବସନ୍ତ କୁମାର ଚୌଧୁରୀ, ପ୍ରମୋଦ କୁମାର ନାୟକ, ବନମାଳି ନାମଦେଓ, ବିଶ୍ଵନାଥ ସାହୁ , ସୁସ୍ମିତା ପଟେଲ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ଅତିଥିମାନେ ଓଡ଼ିଆ ଭାଷା ଓ ସାହିତ୍ୟର ମହିମା ଗାନ ସହ ଦେଶପ୍ରେମ ମୂଳକ ସ୍ବରଚିତ କବିତା ପାଠକରି ପରିବେଶକୁ ସୁନ୍ଦର କରିଦେଇଥିଲେ । ମୁଖ୍ୟ ଅତିଥି ଶ୍ରୀ ନାୟକ ରାଜ୍ୟରେ ସମତୁଲ ବିକାଶ ଉପରେ ସଂଗ୍ରାମ ପାଇଁ ଆହ୍ବାନ ଦେଇଥିଲେ । ପ୍ରାରମ୍ଭରେ ଅଧ୍ୟାପକ ଗୁରୁଜନ ଖୁଣ୍ଟିଆ ସ୍ଵାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶେଷରେ ଅଧ୍ୟାପିକା ତୃପ୍ତି ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ।
ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।