ରାଇରଙ୍ଗପୁର ;ତା-୦୭/୦୭(ବିଏମସି ଟିଭି ଓଡ଼ିଆ)
ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ରାଇରଙ୍ଗପୁର ମ୍ଯୁନିସିପାଲିଟି ଅଧିନସ୍ତ ପିସିଏମ କଲ୍ଯାଣ ମଣ୍ଡପ ଠାରେ ଅଗ୍ରଣୀ ବ୍ଯାଡମିନଟନ କ୍ଲବ ଆନୁକୂଲ୍ଯରେ ପବିତ୍ର ବାହୁଡାଯାତ୍ରା ଅବସରରେ ତୁତୀୟ ବର୍ଷୀୟ ପ୍ରସାଦ ବଣ୍ଟନ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ମୁଖ୍ଯ ଅତିଥି ଭାବେ ବାମନଘାଟୀ ଉପଜିଲ୍ଲାପାଳ ସୌମ୍ଯ ରଂଜନ ପ୍ରଧାନ, ସମ୍ମାନିତ ଅତିଥି ଭାବେ ରାଇରଙ୍ଗପୁର ବନଖଣ୍ଡ ଡିଭିଜନ ଅଧିକାରୀ ଶିବ ପ୍ରସାଦ ରଥ ଓ ଆରଡ୍ବ୍ଲୁଏସଏସ କାର୍ଯ୍ଯନିର୍ବାହୀ ଯନ୍ତ୍ରୀ ଶ୍ରୀକାନ୍ତ ରାଉତ ପ୍ରମୁଖ ଯୋଗ ଦେଇ ଶୁଭ ଉଦଘାଟନ କରିଥିଲେ । ଏହି ଭବ୍ଯ କାର୍ଯ୍ଯକ୍ରମରେ ବ୍ଯାଡମିନଟନ କ୍ଲବର ସମସ୍ତ କର୍ମକର୍ତ୍ତା ସକ୍ରିୟ ସହଯୋଗ କରିଥିଲେ ।ସେମାନଙ୍କ ମଧ୍ଯରେ ସିଦ୍ଧାର୍ଥ ପାଲ, ନିହାର ରଂଜନ ବେହେରା, ବିଜନ ବରାଳ, ସଂଜୟ ମହାନ୍ତି, କାଳୀଚରଣ ସାହୁ, ମନୋଜ କୁମାର, ସଂଜୀବ ପାତ୍ର, ରାଜେନ୍ଦ୍ର ରାମ, ଅଶୋକ, ପ୍ରଦୀପ, ସୂରଜ, ମହେଶ, ବିଲୁ, କିମି ଓ ବିଭୂ ପ୍ରମୁଖ ଅନ୍ଯତମ ଥିଲେ ।
ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ରୁ ଉତ୍ତମ ରାମଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।