ନୟାଗଡ଼ ;ତା-୧୯/୦୪(ବିଏମସି ଟିଭି ଓଡ଼ିଆ)
ବିଶ୍ୱ ପ୍ରସିଦ୍ଧ ସର୍ବ ପୁରାତନ ମୁକ୍ତାକାଶ ରଙ୍ଗମଞ୍ଚ ଦଶପଲ୍ଲା ର ଐତିହାସିକ ଲଙ୍କାପୋଡ଼ି ଯାତ୍ରାର ଦଶମ ଦିବସ ମଧ୍ୟାହ୍ନ ରେ ପ୍ରଭୂ ଶ୍ରୀ ଶ୍ରୀ ରଘୁନାଥ ଙ୍କ ମନ୍ଦିର ରେ ବାଳୀବଦ୍ଧ, ସୁଗ୍ରୀବଙ୍କ ଅଭିଷେକ ଓ ସୀତାଠାବ ପାଇଁ ଅଷ୍ଟମଲ୍ଲ କଂ ସହିତ ମନ୍ତ୍ରଣା ନୀତି ପାରମ୍ପରିକ ରୀତିନୀତି ଅନୁଯାଇ ,ବୈଦିକ ବ୍ରାହ୍ମଣ ଓ ସେବାୟତ ମାନଙ୍କ ଦ୍ବାରା ସଂପର୍ଣ୍ଣ ହୋଇଥିଲା। ଶୋକାଧିର ରାମ -ଲକ୍ଷ୍ମଣ ଆଗକୁ ଯାଇ ଦେଖନ୍ତି , ପକ୍ଷ ଛେଦନ ଯନ୍ତ୍ରଣାରେ ଛଟପଟ ହେଉଥିବା ପକ୍ଷୀରାଜ ଜଟାୟୁଙ୍କୁ ଲଙ୍କାଧିପତି ରାବଣ ବଳ ପୁର୍ବକ ଅପହରଣ କରି ଆକାଶ ମାର୍ଗରେ ପୁସ୍ତକ ବିମାନରେ ଦକ୍ଷିଣ ଦିଗକୁ ଚାଲି ଯାଇଥିବା ବାର୍ତା ଦେଇ ଦେହ ତ୍ୟାଗ କରନ୍ତି ଜଟାୟୁ । ସୀତାଙ୍କ ସନ୍ଧାନରେ ଦକ୍ଷିଣ ଦିଗକୁ ପ୍ରଭୂ ଶ୍ରୀରାମ ଓ ଅନୁଜ ଲକ୍ଷ୍ମଣ ଅଗ୍ରସର ହୁଅନ୍ତି ଏବଂ କିଷ୍କିନ୍ଦା ରାଜ୍ୟରେ ପ୍ରବେଶ କରନ୍ତି । ପ୍ରବଳ ପରାକ୍ରମୀ ବାନର ରାଜା ବାଳୀଙ୍କ ପ୍ରଭାବରେ ସାନ ଭାଇ ସୁଗ୍ରିବ ରୁଷ୍ୟମୁଖ ପର୍ବତରେ ଆତ୍ମ ଗୋପନ କରନ୍ତି । କପିରାଜ ସୁଗ୍ରିବଙ୍କ ସହିତ ଜାମ୍ବବାନ ହନୁମାନ , ଅଙ୍ଗଦ , ନଳ , ନୀଳ, ଗବୟ ଓ ଗବାକ୍ଷ ଆଦି ଅଷ୍ଟସେନା ମଧ୍ୟ ଥାନ୍ତି । ସେମାନେ ଋଷିମୁଖ ପର୍ବତ ଉପରୁ ନୀରିକ୍ଷଣ କରି ଦୁଇ ଭାଇଙ୍କୁ ଗୁପ୍ତଚର ମନେକରି ମହାପରାକ୍ରମୀ ଚତୁର ହନୁମାନଙ୍କୁ ବ୍ରାହ୍ମଣ ବେଶରେ ପଠାନ୍ତି । ହନୁମାନ ରାମଲକ୍ଷ୍ମଣଙ୍କୁ ଚିହ୍ନିପାରି ଦୁଇ ଭାଇଙ୍କୁ କାନ୍ଧରେ ବସାଇ ସୁଗ୍ରିବଙ୍କ ପାଖରେ ପହଁଚାଇବା ପରେ ମୈତ୍ରିର ମହାମିଳନ ପାଳନ ହୁଏ । ଏହାପରେ ସୁଗ୍ରୀବ ମହାବଳୀ ବାଳୀର ସମସ୍ତ କୁ କର୍ମ ବିଷୟରେ ପ୍ରଭୂ ଶ୍ରୀରାମଙ୍କୁ ଅବଗତ କଲାପରେ ,ପ୍ରଭୂ ଶ୍ରୀରାମ ବାଳୀବଦ୍ଧ କରିବାକୁ ଶପଥ ନିଅନ୍ତି । ପ୍ରଭୂ ଶ୍ରୀରାମଙ୍କ ବୀରତ୍ବ ଉପରେ ସୁଗ୍ରୀବଙ୍କ ସନ୍ଦେହ ହେବାରୁ, ପ୍ରଭୁ ସୁଗ୍ରୀବଙ୍କ ଶଙ୍କା ଦୂରପାଇଁ ଦୁନ୍ଦୁଭି ଅସ୍ଥି ନିକ୍ଷେପଣ ଓ ଶପ୍ତ ଶଳାକା ଛେଦନ କରିବାପରେ, ମହାବୀର ବାନରରାଜ ବାଳୀ ଙ୍କୁ ବଦ୍ଧକରି ସୁଗ୍ରୀବଙ୍କୁ କିସ୍କିନ୍ଦା ରାଜ୍ୟରେ ଅଭିସିକ୍ତ କରନ୍ତି ପ୍ରଭୂ ଶ୍ରୀରାମ । ଏହାପରେ ସୀତାଠାବ ପାଇଁ ଅଷ୍ଟମଲ୍ଲ ଙ୍କ ସହିତ ମନ୍ତ୍ରଣାକରି ବିଭିନ୍ନ ଦିଗକୁ ମଲ୍ଲ ମାନଙ୍କୁ ପ୍ରେରଣ କରିବା ନିଷ୍ପତ୍ତି ଗ୍ରହଣ କରାଯିବା ଅଭିନୟ ମୂଖ୍ୟମଞ୍ଚ ରେ ଅନୁଷ୍ଠିତ ହୋଇଥିଲା । ମୂଖ୍ୟ ମଞ୍ଚ ରେ ଆଜିର ନୀଳାଭିନୟ ଅତ୍ୟନ୍ତ ଚିତାକର୍ଷକ ଓ ହୃଦୟସ୍ପର୍ଶୀ ହୋଇଥିଲା।
ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।