କେନ୍ଦ୍ରାପଡ଼ା ;ତା-୨୬/୦୨(ବିଏମସି ଟିଭି ଓଡ଼ିଆ)
ବୟସ ମାତ୍ର ଦେଢ଼ ବର୍ଷ । ପାଟି ଖନୀ ବାଜୁଛି କିନ୍ତୁ ମୁହଁରେ ମହାପ୍ରଭୁଙ୍କ ଶ୍ଳୋକ,ଥରିଲା ଥରିଲା ହାତରେ ଆଙ୍କୁଛି ସୁନ୍ଦର ଚିତ୍ର । ପନିପରିବା ଠାରୁ ଆରମ୍ଭ କରି ଫୁଲ ଫଳର ନାଆଙ୍କୁ ଇଂରାଜୀ ଶବ୍ଦରେ କହି ମନ ମୋହି ନେଉଛି ସୁପ୍ରାସନ୍ନା । କେନ୍ଦ୍ରାପଡ଼ା ଜିଲ୍ଲା କଳପଡ଼ା ପଞ୍ଚାୟତ ଅନ୍ତର୍ଗତ ଖସାଡୀ ଗ୍ରାମର ବାସିନ୍ଦା ମା ଯଶଦା ମହାନ୍ତି ଓ ବାପା ସରୋଜ କାନ୍ତ ସାହୁ ଙ୍କ ଦେଢ଼ ବର୍ଷର ଝୁଅ ସୁପ୍ରାସନ୍ନା ସାହୁ ।ସୁପ୍ରାସନ୍ନା ତାର ଏକ କଅଁଳ ବୟସରେ ଖାଲି ବାପା ମାଆ କି ନୁହେଁ ପୁରା ଅଞ୍ଚଳ ପାଇଁ ଗୌରବ ଆଣିଦେଇଛି ।ଇଣ୍ଡିଆ ବୁକ ଅଫ ରେକର୍ଡ ୨୦୨୫ ଅର୍ଜନ କରିଛି ସୁପ୍ରାସନ୍ନା । ଏହି ରେକର୍ଡର ମହତ୍ତ୍ୱକୁ ବୁଝୁ ନଥିବା ସୁପ୍ରାସନ୍ନା ଆଜି ବଢ଼ାଇ ଦେଇଛି ତାର ମା ବାପାଙ୍କ ଗୁରୁତ୍ୱ । ମାତ୍ର ୭/ ୮ ମାସରୁ କଥା କହିବା ଆରମ୍ଭ କରିଥିବା ସୁପ୍ରାସନ୍ନା ୧୪ ମାସରେ ସ୍ପଷ୍ଟ ଭାବେ କିଛିବି ବାକ୍ୟ ଉଚ୍ଚାରଣ କରିଥିଲା ।ଏହା ସହ ତାର ବିଚକ୍ଷଣ ସ୍ମରଣ ଶକ୍ତିକୁ ଦେଖି ପୁରା ପରିବାର ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।ଏହା ପରେ ମା ଯଶଦା ଓ ମାଉସୀ ମାମା ସୁପ୍ରାସନ୍ନା ର ସଠିକ ଯତ୍ନ ନେବା ସହ ଉଚିତ ଶିକ୍ଷା ଦେବା ଆରମ୍ଭ କରିଥିଲେ । ବିଭିନ୍ନ ବହି ଏବଂ ଜିନିଷ ପତ୍ର କିଣି ସୁପ୍ରାସନ୍ନା ଜ୍ଞାନ ବଢିବା ପାଇଁ ଯୋଗାଇ ଦେଇଥିଲେ । ଆଉ ସୁପ୍ରାସନ୍ନା ମଧ୍ୟ ତାର ମା ଓ ମାଉସୀ ଠାରୁ ଶିକ୍ଷା ଲାଭ କରି ଇଣ୍ଡିଆ ବୁକ ଅଫ ରେକର୍ଡର ଅଧିକାରୀ ହେଇ ପାରିଛି ।ସୁପ୍ରାସନ୍ନା ର ଏହି ସଫଳତାରେ ମା, ବାପା, ମାଉସୀ, ପରିବାର ଓ ବନ୍ଧୁବାନ୍ଧବ ମହଲରେ ଆନନ୍ଦ ପ୍ରକାଶ ପାଇଛି ଏବଂ ସେମାନେ ଶିଶୁର ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି । ଆଗକୁ ଝିଅ ସୁପ୍ରାସନ୍ନାକୁ ଶିକ୍ଷା ପ୍ରଦାନ କରି ଏ ଦିଗରେ ଥିବା ଅଧିକ ରେକର୍ଡ ପାଇଁ ଚେଷ୍ଟା କରିବେ ବୋଲି ମା ଯଶଦା କହିଛନ୍ତି ।
କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ପ୍ରଶାନ୍ତ କୁମାର ବେହେରା ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।