ନୟାଗଡ଼ ;ତା-୧୫/୦୫(ବିଏମସି ଟିଭି ଓଡ଼ିଆ)
ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାର୍ଗଦର୍ଶନରେ ଭାରତୀୟ ସେନା ବାହିନୀ ଦ୍ଵାରା ଅପରେସନ ସିନ୍ଦୂର ସଫଳ ହୋଇଛି । ଏହି ସଫଳତାକୁ ପାଳନ କରିବା ପାଇଁ ତଥା ସେନାଙ୍କର ମନୋବଳ ବୃଦ୍ଧି କରିବା ପାଇଁ ଦଶପଲ୍ଲା ଏନ ଏ ସି ପକ୍ଷରୁ ‘ପରାକ୍ରମ ଶୋଭାଯାତ୍ରା’କରାଯାଇଥିଲା। ପ୍ରଶାସନ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏନ ଏ ସି ଅଧକ୍ଷା ପୁନମ ପ୍ରିୟଦର୍ଶିନୀ,କନ୍ଧମାଳ ସାଂସଦ ଙ୍କ ଏନ ଏ ସି ପ୍ରତିନିଧି ଅଞ୍ଜନ ଦାସ, ତହସିଲଦାର ସ୍ମୃତି ରଞ୍ଜନ ଶତପଥୀ,ଭାରପ୍ରାପ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଚନ୍ଦ୍ରଶେଖର ବାରିକ, ଏନ ଏ ସି ସମସ୍ତ କର୍ମଚାରୀ, ସମସ୍ତ କାଉନସିଲରଙ୍କ ସହିତ ଆଇନ ଶୃଙ୍ଖଳା ରକ୍ଷା କରୁଥିବା ପୋଲିସ ବାହିନୀ ଯୋଗଦେଇଥିଲେ। ଯୁବଶକ୍ତିଙ୍କୁ ଭାରତ ମାତାଙ୍କ ସୁରକ୍ଷାରେ ସକ୍ରିୟ ଭାଗୀଦାର ହେବାକୁ ଉତ୍ସାହିତ କରିବା ସହିତ ଅପରେସନ ସିନ୍ଦୂର ବ୍ୟାପକ ରୂପରେ ଭାରତର ରାଷ୍ଟ୍ରୀୟ ସୁରକ୍ଷା ଯାଞ୍ଚ ଓ ଆତ୍ମନିର୍ଭର ସେନା ଶକ୍ତିର ପ୍ରତୀକ ଭାବରେ ଦେଖାଯାଉଛି। ଏହି ସଫଳତା ମାନେ କେବଳ ଏକ ଦଳର ନୁହେଁ, ବରଂ ସମସ୍ତ ଭାରତୀୟଙ୍କ ଗର୍ବ ଓ ଅଭିମାନର ବିଷୟ।ଦେଶର ସୁରକ୍ଷା କେବଳ ଏକ ସେନା ଦାୟିତ୍ୱ ନୁହେଁ, ପ୍ରତ୍ୟେକ ନାଗରିକଙ୍କ ଦେଶପ୍ରେମ, ସଚେତନତା ଓ ସହଯୋଗ ମାଧ୍ୟମରେ ଏହାକୁ ଶକ୍ତି ଦିଆଯାଉଛି। ଯୁବବର୍ଗ ହେଉଛନ୍ତି ଆଗାମୀ ଭାରତର ନିର୍ମାତା, ଏବଂ ସେମାନେ ଦେଶ ପାଇଁ ଦୃଢ଼ ସଂକଳ୍ପ ଓ କାର୍ଯ୍ୟଶୀଳତା ଆଣିପାରିବେ।
ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।