ନୟାଗଡ ;ତା-୦୪/୦୬(ବିଏମସି ଟିଭି ଓଡ଼ିଆ)
ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାର୍ଗଦର୍ଶନରେ ଭାରତୀୟ ସେନା ବାହିନୀ ଦ୍ଵାରା ଅପରେସନ ସିନ୍ଦୂର ସଫଳ ହୋଇଛି । ଏହି ସଫଳତାକୁ ପାଳନ କରିବା ସହିତ ସେନାଙ୍କର ମନୋବଳ ବୃଦ୍ଧି କରିବା ପାଇଁ ଦଶପଲ୍ଲା ବିଜେପି ପକ୍ଷରୁ ‘ପରାକ୍ରମ ଶୋଭାଯାତ୍ରା’କରାଯାଇଥିଲା। ଯୁବଶକ୍ତିଙ୍କୁ ଭାରତ ମାତାଙ୍କ ସୁରକ୍ଷାରେ ସକ୍ରିୟ ଭାଗୀଦାର ହେବାକୁ ଉତ୍ସାହିତ କରିବା ସହିତ ଅପରେସନ ସିନ୍ଦୂର ବ୍ୟାପକ ରୂପରେ ଭାରତର ରାଷ୍ଟ୍ରୀୟ ସୁରକ୍ଷା ଯାଞ୍ଚ ଓ ଆତ୍ମନିର୍ଭର ସେନା ଶକ୍ତିର ପ୍ରତୀକ ଭାବରେ ଦେଖାଯାଉଛି। ଏହି ସଫଳତା ମାନେ କେବଳ ଏକ ଦଳର ନୁହେଁ, ବରଂ ସମସ୍ତ ଭାରତୀୟଙ୍କ ଗର୍ବ ଓ ଅଭିମାନର ବିଷୟ।ବିଜେପି ଉପରେ ଲୋକଙ୍କ ଆସ୍ଥା ବଢିବାରେଲାଗିଛି। ଏ କ୍ରମରେ ଦଶପଲ୍ଲା ରେ ବିଜେପି ମଧ୍ୟ୍ୟ ଧୀରେ ଧୀରେ ଦୃଢ଼ ହେବାରେ ଲାଗିଛି। ଯାହା କିଛି ଅନ୍ତ କନ୍ଦଳ କୁ ଦୂର କରି କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ ଙ୍କ ଆବାହନରେ ଆଗେଇ ଚାଲିଛି। ଏଥିପାଇଁ ବୁଧବାର ଦିନ ଦଶପଲ୍ଲା ବିଜେପି ଦଳୀୟ କାର୍ଯ୍ୟାଳୟ ଗୃହ ର ଉଦଘାଟନ ହୋଇଛି। ଉଦଘାଟନ କରିଥିଲେ ସାଂସଦଙ୍କ ଦଶପଲ୍ଲା ଏନ ଏ ସି ପ୍ରତିନିଧି ଅଞ୍ଜନ କୁମାର ଦାସ।ଯାହା ଫଳରେ ବିଜେପି କର୍ମୀ ମାନେ ଏକତ୍ରିତ ହୋଇ ସମସ୍ତ ବିଷୟ ଆଲୋଚନା କରିପାରିବେ। ଦଶପଲ୍ଲା ବିଜେପି ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ କନ୍ଧମାଳ ସାଂସଦ ଙ୍କ ଏନ ଏ ସି ପ୍ରତିନିଧି ଅଞ୍ଜନ ଦାସ, ଦଶପଲ୍ଲା ବ୍ଲକ ପ୍ରତିନିଧି କିଶୋର ଚନ୍ଦ୍ର ଦଳ ବେହେରା, ଏନ ଏ ସୀ ଉପାଧ୍ୟକ୍ଷ କିଶୋର ଚନ୍ଦ୍ର ଦାଶ,ପୂର୍ବତନ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ନାୟକ, ଏନ ଏ ସି ମଣ୍ଡଳ ସଭାପତି ମନୋଜ ସାହୁ,ବିଜେପି ନେତା ରାଘବ ମଲିକ, ରାଜ୍ୟ ବିଜେପି କମିଟି ସଭ୍ୟା ମଧୁସ୍ମିତା ବଳିୟାର ସିଂ ଏବଂ ବିଜେପି ର ବରିଷ୍ଠ କାର୍ଯ୍ୟକର୍ତ୍ତା ଙ୍କ ସହିତ ଅନ୍ୟ ସମସ୍ତ କର୍ମୀମାନେ ଯୋଗଦେଇଥିଲେ।
ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।